Bhagalpur: ଭାଗଲପୁରରେ ୧୦୦ରୁ ଅଧିକ କୃଷକ, ଶ୍ରମିକ ନେଇ ଯାଉଥିବା ଡଙ୍ଗା ଗଙ୍ଗାରେ ବୁଡ଼ିଲା; ୫ ମୃତ, ଉଦ୍ଧାର ଜାରୀ

Share this:

ଭାଗଲପୁର: ଏକ ଦୁଃଖଦ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଭାଗଲପୁର (Bhagalpur) ରେ ଗଙ୍ଗା ନଦୀରେ ଡଙ୍ଗାବୁଡ଼ିରେ ବହୁ ସଂଖ୍ୟକ ଲୋକ ବୁଡ଼ି ଯାଇଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ୧୫ ରୁ ଅଧିକ ଲୋକ ନିଖୋଜ ହେବାର ଆଶଙ୍କା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ୫ ଟି ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଡଙ୍ଗାଚାଳକମାନଙ୍କ ସହାୟତାରେ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି।

ସୂଚନାନୁସାରେ, ଶ୍ରମିକମାନେ ଗୋପାଳପୁର ବ୍ଲକର ସିମ୍ପାଦ ଧର ନିକଟ କରାରି ଟିଣ୍ଟଙ୍ଗା ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଜାଲୁଦାସପୁର ନିକଟରେ ଡଙ୍ଗାରେ ଯାଉଥିଲେ। ଶ୍ରମିକମାନଙ୍କ ସହିତ ଅନେକ କୃଷକ ମଧ୍ୟ ଡଙ୍ଗାରେ ଥିଲେ। ସେହି ସମୟରେ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କ ଭାର ହେତୁ ଡଙ୍ଗା ହଠାତ୍ ବୁଡ଼ିବାକୁ ଲାଗିଲା। ଯାହା ପରେ ଅନେକ ଲୋକ ଶୀଘ୍ର ଡଙ୍ଗାରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ।

ବହୁ ସଂଖ୍ୟକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।

Share this: