Free Covid booster dose: ମୋଦୀ ସରକାର ଜୁଲାଇ ୧୫ରୁ ସମସ୍ତଙ୍କୁ ଦେବେ ମାଗଣା ବୁଷ୍ଟର ଡୋଜ

Share this:

ଦିଲ୍ଲୀ: Modi Government now provide free Covid booster dose ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସରକାର ବର୍ତ୍ତମାନ ସାରା ଦେଶରେ ମାଗଣା କୋଭିଡ ବୁଷ୍ଟର ଟିକା (Free Covid booster dose) ପ୍ରଦାନ କରିବେ। ଆଜି ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ ୧୮ ରୁ ୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ସମସ୍ତଙ୍କୁ ଜୁଲାଇ ୧୫ରୁ ମିଳିବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ଅନୁସାରେ ଭାରତ ଏବେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। କେନ୍ଦ୍ର ସରକାରଙ୍କ ଆଜାଦୀ କି ଅମୃତ ମହୋତ୍ସବ (Azadi Ka Amrit Mahotsav) ଅଭିଯାନ ଅଧୀନରେ ଲୋକଙ୍କୁ ମାଗଣାରେ କୋଭିଡ଼ ବୁଷ୍ଟର ଡୋଜ ଦିଆଯିବ। ନିଷ୍ପତ୍ତି ଅନୁସାରେ ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ। ୭୫ ଦିନର ଏକ ସ୍ଵତନ୍ତ୍ର ଅଭିଯାନ ଅଧୀନରେ ଲୋକମାନେ ସରକାରୀ କରୋନା ଟିକାକରଣ କେନ୍ଦ୍ରରେ ମାଗଣା ବୁଷ୍ଟର ଡୋଜ୍‌ ନେଇପାରିବେ।

mahimalive news

Read Also | Covid19 Odisha Today: ବଢିଲା ସଂକ୍ରମଣ, ଆଜି ରାଜ୍ୟରୁ ୭୪୩ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

Leave a Reply

Your email address will not be published. Required fields are marked *