Medical Termination of Pregnancy: ରାଜ୍ୟସଭାରେ ଗର୍ଭପାତ ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

Share this:

ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (Medical Termination of Pregnancy Bill-2021) ୨୦୨୧ ଗୃହୀତ ହୋଇଛି। ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ। ଗତ ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା।

ବିଲ ସଂଶୋଧନର ମୁଖ୍ୟାଂଶ

ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର ଗର୍ଭପାତ କରାଯାଇପାରିବ। ଆଗରୁ ଏହି ସମୟସୀମା ୨୦ ସପ୍ତାହ ଥିଲା। ବିଶେଷକରି ବଳାତ୍କାର, ଭିନ୍ନକ୍ଷମ ମହିଳା, ବଳାତ୍କୃତା ନାବାଳିକା ତଥା କୌଟୁମ୍ବିକ ବଳାତ୍କାର ଦ୍ୱାରା ଗର୍ଭବତୀ ହୋଇଥିବା ମହିଳାଙ୍କ ପାଇଁ ଏହି ଗର୍ଭପାତ ସୁବିଧା ମିଳିବ।

  • ଏହି ଗର୍ଭପାତ ପାଇଁ ଚିକିତ୍ସକ ଓ ଆଇନ ବିଶାରଦଙ୍କ ମତାମତ ନେବାକୁ ପଡିବ।
  • ଭ୍ରୁଣର ଅନିୟମିତତା ପାଇଁ ଏହି ପରିବର୍ଦ୍ଧିତ ୨୪ ସପ୍ତାହ ଆପଣାଛାଏଁ ଲାଗୁହେବ ନାହିଁ। ମେଡିକାଲ ବୋର୍ଡର (Medical Board) ମତାମତ ଓ ସବିଶେଷ ତଥ୍ୟ ପରେ ଆବଶ୍ୟକ ପଡିଲେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇହେବ।
  • ଯେଉଁ ମହିଳାଙ୍କର ଗର୍ଭପାତ କରାଯାଇଥିବ ତାଙ୍କର ନାମ ଏବଂ ଅନ୍ୟାନ୍ୟ ତଥ୍ୟାବଳୀ ସାଧାରଣତଃ ଗୁପ୍ତ ରଖାଯିବ। କେବଳ ଆଇନଗତ ଓ ଜରୁରୀ ଆବଶ୍ୟକତା ନିମନ୍ତେ ଏହି ତଥ୍ୟ ଜଣେ ଅଧିକୃତ ବ୍ୟକ୍ତିବିଶେଷଙ୍କୁ ଦେଇହେବ।

ସୂଚନାଯୋଗ୍ୟ ଡାକ୍ତରୀ ଗର୍ଭପାତ ସଂଶୋଧନ ବିଲ୍‍ର ଉଦ୍ଦେଶ୍ୟ ହେଲା ନିରାପଦ ଓ ଆଇନ ସମ୍ମତଭାବେ ଡାକ୍ତରଖାନାରେ ଗର୍ଭପାତ କରାଇବା। ସ୍ୱାସ୍ଥ୍ୟଗତ, ମାନବିକ, ସାମାଜିକ, ଆନୁବଂଶିକ, ବ୍ୟାଧି ଆଦି କାରଣରୁ ମହିଳାଙ୍କୁ ନିରାପଦ ଗର୍ଭପାତ ସୁବିଧା ଦେବା ପାଇଁ ଏହି ବିଲ୍‍ ଉଦ୍ଦିଷ୍ଟ। ଏହାଛଡା ଗର୍ଭପାତ ବେଳେ ସମସ୍ତ ପ୍ରକାର ନିରାପଦ ଚିକିତ୍ସା ବ୍ୟବସ୍ଥା ସଂପୃକ୍ତ ମହିଳା ଯେପରି ପାଆନ୍ତି ତାହାର ମଧ୍ୟ ବନ୍ଦୋବସ୍ତ ଏଥିରେ କରାଯାଇଛି। ମହିଳାମାନଙ୍କୁ ବିଭିନ୍ନ କାରଣରୁ ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରୀ ଉପାୟରେ ଗର୍ଭପାତର ସୁବିଧା ଦେବାକୁ ବିଭିନ୍ନ ମହିଳା ସଂଗଠନ ଏବଂ ସଂସ୍ଥା ପକ୍ଷରୁ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା। ଏସବୁକୁ ବିଚାରକୁ ନେଇ ସରକାର ମହିଳାଙ୍କ ହିତରେ ଏହି  ନୂଆ ବିଲ୍‍ ପ୍ରସ୍ତୁତ କରୁଛନ୍ତି।

[amazon_auto_links id=”10233″]

Also Read | Working Hours In India: ବର୍ତ୍ତମାନ ସପ୍ତାହକୁ ହେବ କେତେଦିନ କାର୍ଯ୍ୟଦିବସ, କର୍ମଚାରୀଙ୍କ କାର୍ଯ୍ୟ କରିବାର ସମୟରେ ବଡ ପରିବର୍ତ୍ତନ

Share this:

Leave a Reply

Your email address will not be published. Required fields are marked *