Skip to content
May 23, 2026
Latest:
  • Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ
  • Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର
  • Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ
  • Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
  • PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • ସ୍ୱାସ୍ଥ୍ୟ
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
India Toy Fair-2021 pm modi
Breaking Newsଜାତୀୟଶିକ୍ଷା ଓ ନିଯୁକ୍ତି

Toy Fair 2021: ଦେଶର ପ୍ରଥମ ଖେଳନା ମେଳା PM Modi ଙ୍କ ଦ୍ଵାରା ଉଦ୍ଘାଟିତ

February 27, 2021 MahimaLive 67 Views e-commerce, inaguration, Indian Toy fair, Login, Mahimalive, PM MODI, REGISTRATION, the india toy fair 2021, Toy fair 2021, Toy Marketing, VIRTUAL CONFERENCE 1 min read
Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଖେଳଣା ମେଳା-୨୦୨୧ (India Toy Fair-2021) ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଆମ ଦେଶର ପ୍ରଥମ ଖେଳନା ମେଳା ଆରମ୍ଭର ଏକ ଅଂଶ ହୋଇଯିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ। ଏହା କେବଳ ଏକ ବ୍ୟବସାୟ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଦେଶର ପୁରାତନ କ୍ରୀଡ଼ା ଏବଂ ଗୌରବ ସଂସ୍କୃତିକୁ ଦୃଢ କରିବା ପାଇଁ ଏକ ମାଧ୍ୟମ ଅଟେ।

ମୋଦୀ କହିଛନ୍ତି ଯେ ସିନ୍ଧୁଘାଟୀ ସଭ୍ୟତା, ମୋହେଞ୍ଜୋଡାରୋ ଏବଂ ହରପ୍ପା ଯୁଗରୁ ଖେଳନା ଉପରେ ସମଗ୍ର ବିଶ୍ୱ ଗବେଷଣା କରିଛି। ପ୍ରାଚୀନ କାଳରେ, ଯେତେବେଳେ ବିଶ୍ଵର ଯାତ୍ରୀମାନେ ଭାରତକୁ ଆସୁଥିଲେ, ସେମାନେ ଭାରତରେ କ୍ରୀଡା ଶିକ୍ଷା କରୁଥିଲେ ଏବଂ ସେମାନଙ୍କୁ ସାଙ୍ଗରେ ନେଇଥା’ନ୍ତି।

ଶିଶୁର ମନର ବିକାଶରେ ଖେଳଣାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ତାହାର ମନସ୍ତାତ୍ୱିକ ଓ ବୋଧଶକ୍ତିର ବିକାଶ ମଧ୍ୟ କରିଥାଏ । ଗତବର୍ଷ ଅଗଷ୍ଟ ମାସରେ ମନ କୀ ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖେଳଣା କେବଳ କର୍ମପ୍ରବଣ କରେ ନାହିଁ, ପରନ୍ତୁ ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ଖେଳଣା ଶିଶୁର ସାମଗ୍ରିକ ବିକାଶରେ ସହାୟକ ହେଉଥିବାରୁ ପ୍ରଧାନମନ୍ତ୍ରୀ ଭାରତରେ ଖେଳଣା ତିଆରି ଉପରେ ଗୁରତ୍ୱାଆରୋପ କରିଛନ୍ତ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଫଳସ୍ୱରୂପ ଭାରତ ଖେଳଣା ମେଳା -୨୦୨୧ ଆୟୋଜିତ ହେଉଛି।

ସୂଚନାଯୋଗ୍ୟ ଏହି ମେଳା ଫେବୃୟାରୀ ୨୭ରୁ ମାର୍ଚ୍ଚ ଦୁଇ ତାରିଖ ମଧ୍ୟରେ ଆୟୋଜିତ ହେବ। ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ। ଏହି ପ୍ଲାଟଫର୍ମ ଜରିଆରେ ସରକାର ଓ ଶିଳ୍ପ ସଂସ୍ଥା ଏକାଠି ଭାରତ ଭବିଷ୍ୟତରେ କିପରି ଖେଳଣା ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେବ ତଥା ଏ ଦିଗରେ ପୁଞ୍ଜିନିବେଶ ଓ ରପ୍ତାନୀ ବୃଦ୍ଧି ଇତ୍ୟାଦି ନେଇ ଆଲୋଚନା କରିବେ।

୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଏକ ହଜାରରୁ ଅଧିକ ପ୍ରଦର୍ଶକ ସେମାନଙ୍କ ସାମଗ୍ରୀର ଇ-କମର୍ସ (E-Commerce) ଜରିଆରେ ଭର୍ଚ୍ୟୁଆଲ ପ୍ରଦର୍ଶନ କରିବେ। ଏଥିରେ ଭାରତୀୟ ପାରମ୍ପରିକ ଖେଳନା ବ୍ୟତୀତ ଆଧୁନିକ ଖେଳନା ଯଥା ଇଲେକ୍‌ଟୋନିକ ଖେଳନା, ତୁଳା ଓ ପଶମ ଖେଳନା, ପଜଲ ଓ ଗେମ୍‌ସ ଜାତୀୟ ଖେଳନା ପ୍ରଦର୍ଶିତ ହେବ। ଏଥିପାଇଁ ଆୟୋଜିତ ହେବାକୁ ଥିବା ୱେବିନାର ଓ ପାଜେଲ ଡିସ୍‌କସନରେ ବହୁ ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ। ଅନେକ ପ୍ରକାର କାର୍ଯ୍ୟକଳାପ ନିମନ୍ତେ ପିଲାମାନଙ୍କ ପାଇଁ ଏହି ମେଳା ଏକ ଅପୂର୍ବ ସୁଯୋଗ ଆଣିଦେବ।

Also Read | School Time: ବଦଳିଲା ସ୍କୁଲ ସମୟ, ମାର୍ଚ୍ଚରୁ ସକାଳୁଆ ସ୍କୁଲ

Share this:
  • Covid-19 Odisha Updates : ଏହି ୧୨ ରାଜ୍ୟର ଫେରନ୍ତାକୁ ରହିବାକୁ ପଡିବ ୭ ଦିନ ହୋମ୍‍ ଆଇସୋଲେସନରେ
  • Covid-19 Odisha Updates: ଆଜି ୨୧ ଜିଲ୍ଲାରୁ ୮୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

You May Also Like

Covishield

Covid-19 Vaccine:୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୀଘ୍ର ପ୍ରତିଷେଧକ ଟିକା ଦେବାରେ ଭାରତ ପ୍ରଥମ ରାଷ୍ଟ୍ର : ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ

January 22, 2021 MahimaLive
corona updates odisha live

Odisha Covid19: ଆଜି ରାଜ୍ୟରେ ୧୫୨୦ ଜଣ କରୋନାରୁ ହେଲେ ମୁକ୍ତ

November 4, 2020 MahimaLive
odisha_covid19

ଅନୁଗୋଳ ରେ ଆଜି ୧୩ ଜଣ କରୋନା ପଜିଟିଭ ଚିହ୍ନଟ,କେବଳ ଗୋଟେ ଗାଁରୁ ୧୧ ଜଣ

July 30, 2020 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • CM Kisan Beneficiary List
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2026 Mahima Live. All rights reserved.
Theme: ColorMag by ThemeGrill. Powered by WordPress.