Covid-19 Odisha Updates : ଏହି ୧୨ ରାଜ୍ୟର ଫେରନ୍ତାକୁ ରହିବାକୁ ପଡିବ ୭ ଦିନ ହୋମ୍‍ ଆଇସୋଲେସନରେ

Share this:

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍‍ (Covid-19) ସଂକ୍ରମଣର ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଦେଶର ୧୨ଟି ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ସପ୍ତାହର ହୋମ୍‍ ଆଇସୋଲେସନ୍‍ରେ (Home Isolation) ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସୀମାକୁ ଲାଗିଥିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ମଧ୍ୟ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ଜେନେରାଲ୍‍ ମ୍ୟାନେଜରଙ୍କୁ ଚିଠି ଲେଖି ବିମାନ ବନ୍ଦର ଓ ରେଳ ଷ୍ଟେସନ୍‍ ଗୁଡ଼ିକରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

୧୨ ରାଜ୍ୟମଧ୍ୟରେ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ରହିଛି। ଏସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଗୃହ ପୃଥକ୍‌ବାସରେ ରହିଥିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଲକ୍ଷଣ ପ୍ରକାଶ ପାଏ, ତା’ହେଲେ ତାଙ୍କର ଆର୍‌ଟି-ପିସିଆର୍‌ (RT-PCR) ନମୁନା ପରୀକ୍ଷା କରିବା ଲାଗି ନିର୍ଦେଶ ଦିଆଯାଇଛି। ଏଥିପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନ୍‌ରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରିବା ଲାଗି କୁହାଯାଇଥିଲା। ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୧୨ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକ୍‌ବାସ ଲାଗୁ କରିଛନ୍ତି।

Also Read | Assembly Election: ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା, ପଶ୍ଚିମବଙ୍ଗ ନିର୍ବାଚନ ତାରିଖକୁ ନେଇ ମମତା ନାରାଜ

[amazon_auto_links id=”10233″]

Share this: