Odisha Lockdown:ଓଡ଼ିଶାରେ ୧୬ ଜୁଲାଇ ପର୍ଯ୍ୟନ୍ତ ବଢିଲା ଆଂଶିକ କଟକଣା; କଣ ଖୋଲା,କଣ ବନ୍ଦ

Share this:

ଭୁବନେଶ୍ଵର: ରଜ୍ୟରେ କୋଭିଡ୍‌ (Covid-19) କୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର କିଛି କୋହଳ ସହ ଆଂଶିକ ଲକ୍‌ଡାଉନ୍‌ (Lockdown) କୁ ୧୬ ଜୁଲାଇ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରି କଟକଣା ଲାଗୁ କରାଯାଇଛି।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା ଅନୁଯାୟୀ ଜୁଲାଇ ୧୬ ସକାଳ ୬ଟା ଯାଏଁ ଆଂଶିକ ଲକ୍‌ଡାଉନ୍‌କୁ ବଢାଇ ଦିଆଯାଇଛି। ସାରା ରାଜ୍ୟ ପାଇଁ କଟକଣା ବଳବତ୍ତର ରହିବ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ। ରାଜ୍ୟର ୨୦ଟି ଜିଲ୍ଲାକୁ କ୍ୟାଟେଗୋରୀ -ଏ ରେ ରଖାଯାଇଥିବାବେଳେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାକୁ କ୍ୟାଟେଗୋରୀ –ବି ରେ ରଖାଯାଇଛି।

କ୍ୟାଟେଗୋରୀ –ଏ ରେ ଥିବା ୨୦ଟି ଜିଲ୍ଲା  ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର। ଏଠାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ଥିବାରୁ ସେଠାରେ ସପ୍ତାହାନ୍ତ ସଟଡାଉନକୁ ହଟାଇ ଦିଆଯାଇଥିବାବେଳେ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି। ସଂଧ୍ୟା ୬ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗୁ ହେବ। ଏହି ୨୦ଟି ଜିଲ୍ଲାରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦିଆଯାଇଛି। ସାପ୍ତାହିକ ହାଟ ଓ ମାର୍କେଟ ଓ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ।

କ୍ୟାଟେଗୋରୀ –ବି ରେ ଥିବା ୧୦ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା। ଏହି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି। ଏହି ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ। ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ। ସେହିପରି କାଟେଗୋରୀ ‘ବି’ରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ପୂର୍ବଭଳି ଜାରି ରହିବ। ଆଉଟ୍‌ଡୋର୍ ସୁଟିଂକୁ ଅନୁମତି ମିଳିଥିବା ବେଳେ ଇନ୍‌ଡୋର୍ ସୁଟିଂ ହେବନାହିଁ । ବସ୍ ଏବଂ ପବ୍ଲିକ୍ ଟ୍ରାନ୍ସପୋର୍ଟ ବନ୍ଦ ରହିବ। ସେଲୁନ ଖୋଲିବାକୁ ଅନୁମତି ଅଛି।

କୌଣସିଠାରେ ସପିଂ ମଲ୍, ବିୟୁଟି ପାର୍ଲର, ସ୍ପା ଖୋଲିବ ନାହିଁ। ବିବାହ, ବ୍ରତଘର, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଜାରି ରହିଥିବା ନିର୍ଦ୍ଦେଶାବଳୀ ବଳବତ୍ତର ରହିବ। ତେବେ ସାରା ରାଜ୍ୟରେ ଚା’ ଏବଂ ଉଠାଦୋକାନ ଆଦିକୁ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଦୋକାନ ଆଗରେ କେହି ଚା’ ପିଇପାରିବେ ନାହିଁ କିମ୍ବା ଖାଦ୍ୟ ଖାଇପାରିବେନାହିଁ। ପାର୍ସଲ ନେଇପାରିବେ। ଅତ୍ୟାବଶକୀୟ ଜରୁରୀ ସେବା ପାଇଁ ପୂର୍ବନିର୍ଦ୍ଦେଶାବଳୀ କାଏମ ରହିବ।

କାଟେଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲା ଭିତରେ ତଥା ସେହି ଜିଲ୍ଲାକୁ ଲାଗିଥିବା ସମାଜ କାଟେଗୋରୀ ଜିଲ୍ଲାଗୁଡିକ ମଧ୍ୟରେ ବସ୍ ସେବା ସହ ସର୍ବସାଧାରଣଙ୍କ ଗମନାଗମନ ପାଇଁ ଉଦ୍ଦିଷ୍ଟ ଯାନବାହାନ ଚଳାଚଳ ଚାଲୁ ହେବ। ତେବେ ତାହା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଏହିସବୁ ଜିଲ୍ଲାରେ ଦୈନିକ ହାଟ, ବଜାର, ଛୋଟ ସେଲୁନ ଆଦି ଖୋଲା ରହିବ। ଇନଡୋର୍ ଏବଂ ଆଉଟଡୋର୍ ସିନେମା ସୁଟିଂକୁ ଅନୁମତି ରହିଛି। ଏହିସବୁ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି।

amazon_mahimalive

 Also Read | Online News Media ଆଉ ପ୍ରଚାର କରିପାରିବେନି ମିଛ ଓ ଗୁଜବ ଖବର, Facebook ଏବଂ Google ରେ

Share this:

Leave a Reply

Your email address will not be published. Required fields are marked *