Online News Media ଆଉ ପ୍ରଚାର କରିପାରିବେନି ମିଛ ଓ ଗୁଜବ ଖବର, Facebook ଏବଂ Google ରେ

Share this:

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform)ଏବଂ ଭାରତ ସରକାର (Governtment of India ) ଙ୍କ ମଧ୍ୟରେ ନୂତନ ଆଇଟି ନିୟମ (New IT Law) କୁ ନେଇ ବିବାଦ ଲାଗି ରହିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟି ମଙ୍ଗଳବାର ଏକ ବୈଠକ ଡାକିଥିଲେ। ଏହି ବୈଠକରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗୁଗୁଲ (Google) ଏବଂ ଫେସବୁକ (Facebook) ର ଅଧିକାରକୁ ଭାରତର ଆଇଟି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ପ୍ରସଙ୍ଗରେ ଫେସବୁକ ଏବଂ ଗୁଗୁଲର ଅଧିକାରୀମାନେ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ମଙ୍ଗଳବାର ନିଜର ଉପସ୍ଥାପନା କରିଥିଲେ। କମିଟି ଫେସବୁକ୍ ଏବଂ ଗୁଗୁଲର ଅଧିକାରୀମାନଙ୍କୁ ଡକାଇଥିଲା। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହି କମିଟିର ଅଧ୍ୟକ୍ଷ ଅଟନ୍ତି। ଯେଉଁଥିରେ ୩୧ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ୨୧ଜଣ ଲୋକସଭା ଏବଂ ୧୦ଜଣ ରାଜ୍ୟସଭାର ଅଛନ୍ତି।

ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟିର ବୈଠକରେ ଫେସବୁକ କମିଟି ସମ୍ମୁଖରେ ଏକ ଉତ୍ତର ଦାଖଲ କରିଛି। ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଫେସବୁକ୍ ଏବଂ ଗୁଗୁଲକୁ ନୂତନ ଆଇଟି ନିୟମ ମାନିବାକୁ ଏବଂ ଦେଶର ନିୟମ ପାଳନ କରିବାକୁ କହିଛି। ଏହା ଉପରେ ଫେସବୁକ ମଧ୍ୟ କମିଟି ସମ୍ମୁଖରେ ଏକ ଜବାବ ଦାଖଲ କରିଛି। ସୂତ୍ରରୁ ପ୍ରକାଶ ଯେ ଗତ କିଛି ଦିନ ମଧ୍ୟରେ କ’ଣ ପଦକ୍ଷେପ ନିଆଯାଇଛି ସଂସଦୀୟ ଷ୍ଟାଣ୍ଡିଂ କମିଟି ପଚାରିଛି, ଏହି ସମୟରେ  ଫେସବୁକ କହିଛି ଯେ ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜୁଲାଇ ୧୫ସୁଦ୍ଧା ନିଆଯାଇଥିବା ଆକାଉଣ୍ଟଗୁଡିକ ଉପରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ। କମିଟି ସ୍ପଷ୍ଟ ଭାବେ କହିଛି ଯେ ଆଇଟି ଆକ୍ଟ ୨୦୨୧କୁ ଅନୁସରଣ କରିବାକୁ ପଡ଼ିବ। ପ୍ରସଙ୍ଗ ମଧ୍ୟରେ ମିଥ୍ୟା ସମ୍ବାଦ କିମ୍ବା ଗୁଜବକୁ ରୋକିବା, ସୋସିଆଲ ମିଡିଆ ଅନଲାଇନ୍ ନ୍ୟୁଜ୍ ମିଡିଆ (Online News Media) ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଟ୍ୱିଟର (Twitter) ବ୍ୟତୀତ ପ୍ରାୟ ସମସ୍ତ ସୋସିଆଲ ମିଡିଆ ଅନୁଷ୍ଠାନ ଆଇଟି ଆକ୍ଟ ୨୦୨୧ ଗ୍ରହଣ କରିବାକୁ ସହମତ ହୋଇଛନ୍ତି।

Also Read | Odisha:କମୁଛି ସଂକ୍ରମଣ, ଆଜି ଓଡ଼ିଶାରୁ ୨୬୪୦ଜଣ Covid ପଜିଟିଭ ଚିହ୍ନଟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *