Odisha:ଆଜି ଓଡ଼ିଶାରୁ ୩୦୮୭ଜଣ Covid ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୩ ହଜାର ୮୭ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୭୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୧୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୮୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୭୮ଜଣ, ବାଲେଶ୍ଵରରୁ ୨୪୬ଜଣ, ବରଗଡ଼ରୁ ୩୬ଜଣ, ଭଦ୍ରକରୁ ୧୪୫ଜଣ, ବଲାଙ୍ଗୀରିରୁ ୨୧ଜଣ, ବୌଦ୍ଧରୁ ୩୫ଜଣ, କଟକରୁ ୪୬୨ଜଣ, ଦେଓଗଡ଼ରୁ ୩ଜଣ, ଢେଙ୍କାନାଳରୁ ୯୫ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୨୨ଜଣ, ଜଗତସିଂପୁରରୁ ୬୦ଜଣ, ଯାଜପୁରରୁ ୨୦୫ଜଣ, ଝାରସୁଗୁଡାରୁ ୫ଜଣ, କଳାହାଣ୍ଡିରୁ ୧୭ଜଣ, କନ୍ଧମାଳରୁ ୨୮ଜଣ, କେନ୍ଦ୍ରାପଡ଼ାରୁ ୭୦ଜଣ, କେଉଁଝରରୁ ୭୨ଜଣ, କୋରାପୁଟରୁ ୭୭ଜଣ, ମୟୁରଭଞ୍ଜରୁ ୧୫୪ଜଣ, ମାଲକାନଗିରିରୁ ୮୪ଜଣ, ନବରଙ୍ଗପୁରରୁ ୩୫ଜଣ, ନୟାଗଡ଼ରୁ ୧୧୦ଜଣ, ନୂଆପଡ଼ାରୁ ୬ଜଣ, ପୁରୀରୁ ୧୮୯ଜଣ, ରାୟଗଡାରୁ ୨୧ଜଣ, ସମ୍ବଲପୁରରୁ ୩୧ଜଣ, ସୋନପୁରରୁ ୨୪ଜଣ, ସୁନ୍ଦରଗଡରୁ ୫୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୮ ଲକ୍ଷ ୩୩ ହଜାର ୮୭୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୧୨ ହଜାର ୮୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୨୩୩ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୭୭ ହଜାର ୫୪୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ ହଜାର ୨୩୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Kalia Yojana: ୧୮ ଲକ୍ଷ ଚାଷୀଙ୍କ ଖାତାକୁ ଗଲା କାଳିଆ ଯୋଜନା ଟଙ୍କା

[amazon_auto_links id=”9932″]

Share this: