Kalia Yojana: ୧୮ ଲକ୍ଷ ଚାଷୀଙ୍କ ଖାତାକୁ ଗଲା କାଳିଆ ଯୋଜନା ଟଙ୍କା

Share this:

ଭୁବନେଶ୍ଵର: କାଳିଆ ଯୋଜନା (Kalia Yojana) ରେ  ଚାଷୀଙ୍କୁ କୋଭିଡ୍ ସହାୟତା (Covid Help) ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ କୋଭିଡ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାର ଭୂମିହୀନ ଚାଷୀମାନଙ୍କ ଆକାଉଣ୍ଟକୁ କୋଭିଡ ସହାୟତା ଦେଇଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ଗଲା ୩୮୬ କୋଟି ଟଙ୍କା। ଡିବିଟି ମାଧ୍ୟମରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। କାଳିଆ ଯୋଜନାର କିସ୍ତି ସହ ଅତିରିକ୍ତ ହଜାରେ ଟଙ୍କା ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା। କୃଷିକ୍ଷେତ୍ରର ସଫଳତା ପଛରେ ଭୂମିହୀନ ଚାଷୀଙ୍କ ତ୍ୟାଗ ଓ ପରିଶ୍ରମକୁ ଭୁଲିହେବ ନାହିଁ। ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁହେବା ଯାଏଁ ଲଢେଇ ଜାରି ରହିବ। ଚାଷୀ ହେଉଛି ଆମର ଗର୍ବ ଓ ଗୌରବ। ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ସବୁବେଳେ ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Also Read | Covid Dhenkanal: ଢେଙ୍କାନାଳ ଜିଲ୍ଲାରୁ ଆଜି ୩ଜଣଙ୍କ ମୃତ୍ୟୁ, ୫୮ଜଣ ପଜିଟିଭ ଚିହ୍ନଟ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *