Covid Guidelines March: ସର୍ବସାଧାରଣ ସ୍ଥାନରେ ହୋଲି ବନ୍ଦ; ମାର୍ଚ୍ଚ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି

Share this:

ଭୁବନେଶ୍ୱର: Covid Guidelines March Odisha ଓଡ଼ିଶା ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ (Coronavirus) ହ୍ରାସ ପାଉଛି। ଚଳିତବର୍ଷ କେହି ସର୍ବସାଧାରଣ ସ୍ଥାନରେ ହୋଲି (Holi) ଖେଳି ପାରିବେ ନାହିଁ ବୋଲି ରାଜ୍ୟସରକର କଟକଣା ଜାରି କରିଛନ୍ତି। ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୋମବାର ଏ ନେଇ ମାର୍ଚ୍ଚ ୧ରୁ ୩୧ତାରିଖ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ଜାରି କରିଛନ୍ତି।

ସୂଚନା ଅନୁସାରେ କୋଭିଡ ଗାଇଡଲାଇନ ଅନୁଯାୟୀ ଚଳିତବର୍ଷ ହୋଲି ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ। ଜନସାଧାରଣ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ। କିନ୍ତୁ ତାହା ସାର୍ବଜନୀନ ରାସ୍ତା କିମ୍ବା ସ୍ଥାନରେ ନୁହେଁ ବୋଲି ଏସ୍‌ଆରସି ସ୍ପଷ୍ଟ କରିଛନ୍ତି। ଏହାକୁ ଆହୁରି କଠୋର କରିବାପାଇଁ ସ୍ଥାନୀୟ ଜିଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ। ବର୍ତ୍ତମାନ ରାତ୍ରିକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରୁ ଉଠାଇ ଦିଆଯାଇଛି। ଏହି ସମୟରେ ସମସ୍ତ ପ୍ରକାରର ଗତିବିଧି କୋଭିଡ ଗାଇଡଲାଇନ ମଧ୍ୟରେ ହେବ। କୋଭିଡ୍‌ ନିୟମ ମାନି ସମସ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା ଓ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଲୋକ ଏକାଠି ହୋଇପାରିବେ।

ସୂଚନା ଅନୁସାରେ ବର୍ତ୍ତମାନ ସର୍ବସାଧାରଣ ସ୍ଥାନ, ସାର୍ବଜନୀନ ଯାନବାହନରେ ଯିବାବେଳେ ଓ କର୍ମସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ଫୁଟର ସାମାଜିକ ଦୂରତ୍ୱ ରଖିବାକୁ କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ନିୟମ ଅନୁସାରେ ଜରିମାନା ସହ ଦଣ୍ଡିତ କରାଯିବ।

ଏଥିସହିତ ପ୍ରଦର୍ଶନୀ, ମେଳା ମଧ୍ୟ ସମ୍ପୂର୍ଣ୍ଣ କୋଭିଡ କଟକଣାରେ ହେବ। ବିବାହ, ବ୍ରତୋପନୟନ ଭୋଜିରେ ସର୍ବାଧିକ ୫୦୦ ଜଣ, ଶୁଦ୍ଧିକ୍ରିୟାରେ ୨୫୦ଜଣ ଲୋକଙ୍କ ସମାଗମକୁ ଅନୁମତି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦେଇପାରିବେ। କୌଣସି ପରିସ୍ଥିତିରେ ବି ଏହି ସଂଖ୍ୟା ବୃଦ୍ଧି ପାଇବ ନାହିଁ। ବିବାହ ଶୋଭାଯାତ୍ରାରେ ସମସ୍ତଙ୍କୁ ମିଶାଇ ସର୍ବାଧିକ ୧୦୦ଜଣ ରହିପାରିବେ। ବିବାହ ପାଇଁ ନିର୍ଦ୍ଧାରିତ ୫୦୦ ଜଣଙ୍କ ମଧ୍ୟରେ ଏହା ଗଣନା କରାଯିବ ନାହିଁ।

Read Also | Maha Shivratri Live: ଆଜି ହେଉଛି ମହାଶିବରାତ୍ରୀ, କୋଭିଡ କଟକଣା ମଧ୍ୟରେ ଜାଗର ହେବ ପାଳିତ

Share this:

Leave a Reply

Your email address will not be published. Required fields are marked *