Covid Cases Odisha: ଆଜି ଓଡିଶାରୁ ୯୮୩୩ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ ଆଜି କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୯ ହଜାର ୮୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯୭୨ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୬୯୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୧୩୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୧୪ଜଣ, ବାଲେଶ୍ଵରରୁ ୨୮୬ଜଣ, ବରଗଡ଼ରୁ ୧୭୨ଜଣ, ଭଦ୍ରକରୁ ୧୨୯ଜଣ, ବଲାଙ୍ଗୀରିରୁ ୨୮୮ଜଣ, ବୌଦରୁ ୧୨୦ଜଣ, କଟକରୁ ୭୭୪ଜଣ, ଦେଓଗଡ଼ରୁ ୪୭ଜଣ, ଢେଙ୍କାନାଳରୁ ୯୫ଜଣ, ଗଜପତିରୁ ୮୮ଜଣ, ଗଞ୍ଜାମରୁ ୬୯ଜଣ, ଜଗତସିଂପୁରରୁ ୧୫୨ଜଣ, ଯାଜପୁରରୁ ୨୫୬ଜଣ, ଝାରସୁଗୁଡାରୁ ୧୬୮ଜଣ, କଳାହାଣ୍ଡିରୁ ୧୭୧ଜଣ, କନ୍ଧମାଳରୁ ୯୧ଜଣ, କେନ୍ଦ୍ରାପଡ଼ାରୁ ୯୯ଜଣ, କେଉଁଝରରୁ ୧୬୮ଜଣ, କୋରପୁଟରୁ ୧୭୪ଜଣ, ମାଲକାନଗିରିରୁ ୫୬ଜଣ, ମୟୁରଭଞ୍ଜରୁ ୨୯୫ଜଣ, ନବରଙ୍ଗପୁରୁ ୧୫୬ଜଣ, ନୟାଗଡ଼ରୁ ୨୯୨ଜଣ, ନୂଆପଡ଼ାରୁ ୧୭୩ଜଣ, ପୁରୀରୁ ୧୪୬ଜଣ, ରାୟଗଡାରୁ ୨୭୪ଜଣ, ସମ୍ବଲପୁରରୁ ୨୦୬ଜଣ, ସୋନପୁରରୁ ୧୧୭ଜଣ, ସୁନ୍ଦରଗଡରୁ ୧୧୩୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୭୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୯ ଲକ୍ଷ ୯୦ ହଜାର ୭୪୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୮୭ ହଜାର ୨୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୪୭୧ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୮୯ ହଜାର ୩୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୯ ହଜାର ୭୦୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: