Weather Report Odisha: ଓଡ଼ିଶାରେ ଆଜିଠାରୁ ୩ ଦିନ ବର୍ଷା, ୟେଲୋ ୱାର୍ଣ୍ଣିଂଜାରି

Share this:

ଭୁବନେଶ୍ୱର: Weather Report Odisha ପଶ୍ଚିମା-ଝଡ ପ୍ରଭାବରେ ଆଜିଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶା (Odisha) ର ବିଭିନ୍ନ ସ୍ଥାନରେ ବର୍ଷା (Rains) ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର। ଫଳରେ ରାଜ୍ୟରେ ଆଗାମୀ ୩ ଦିନ ଶୀତର ପ୍ରକୋପ ହ୍ରାସ ପାଇବ। ଆଜିଠାରୁ ଆଗାମୀ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ହେତୁ ଅମଳ ଧାନକୁ ବାହାରେ ନ ରଖି ସୁରକ୍ଷିତ ସ୍ଥାନକୁ ଆଣିବାକୁ ଲାଗି ପରାମର୍ଶ ଦିଆଯାଇଛି। ଏଥିସହିତ ଆସନ୍ତା ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଚାଷୀଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲି ସକାଳ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ଓ କନ୍ଧମାଳରେ ହାଲୁକା କୁହୁଡି ସମ୍ଭାବନା ରହିଛି। ସେପଟେ ୨୩ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି।  

Share this: