Covid Cases Odisha: ଓଡିଶାରୁ କମିଛି କରୋନା ସଂକ୍ରମଣ, ଆଜି ୮୮୪୫ ଜଣ ଚିହ୍ନଟ

Covid19 -positive
Share this:

ଭୁବନେଶ୍ଵର:ଓଡ଼ିଶାରେ ଆଜି କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା କମ ରହିଛି। ଗତ ୨୪ ଘଣ୍ଟାରେ ୮ ହଜାର ୮୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯୨୭ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୧୨୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୭୧୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୬୦ଜଣ, ବାଲେଶ୍ଵରରୁ ୨୯୦ଜଣ, ବରଗଡ଼ରୁ ୧୪୧ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରିରୁ ୨୩୨ଜଣ, ବୌଦରୁ ୯୩ଜଣ, କଟକରୁ ୬୨୮ଜଣ, ଦେଓଗଡ଼ରୁ ୫୫ଜଣ, ଢେଙ୍କାନାଳରୁ ୧୦୦ଜଣ, ଗଜପତିରୁ ୯୨ଜଣ, ଗଞ୍ଜାମରୁ ୫୩ଜଣ, ଜଗତସିଂପୁରରୁ ୧୮୦ଜଣ, ଯାଜପୁରରୁ ୨୦୯ଜଣ, ଝାରସୁଗୁଡାରୁ ୧୪୪ଜଣ, କଳାହାଣ୍ଡିରୁ ୨୩୯ଜଣ, କନ୍ଧମାଳରୁ ୧୦୯ଜଣ, କେନ୍ଦ୍ରାପଡ଼ାରୁ ୯୨ଜଣ, କେଉଁଝରରୁ ୧୧୦ଜଣ, କୋରପୁଟରୁ ୨୦୩ଜଣ, ମାଲକାନଗିରିରୁ ୫୦ଜଣ, ମୟୁରଭଞ୍ଜରୁ ୧୫୨ଜଣ, ନବରଙ୍ଗପୁରୁ ୧୮୭ଜଣ, ନୟାଗଡ଼ରୁ ୧୯୪ଜଣ, ନୂଆପଡ଼ାରୁ ୨୦୫ଜଣ, ପୁରୀରୁ ୧୬୫ଜଣ, ରାୟଗଡାରୁ ୨୨୧ଜଣ, ସମ୍ବଲପୁରରୁ ୧୮୧ଜଣ, ସୋନପୁରରୁ ୨୦୭ଜଣ, ସୁନ୍ଦରଗଡରୁ ୧୦୦୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୦୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୦ ଲକ୍ଷ ୫୯ ହଜାର ୩୬୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୯୬ ହଜାର ୧୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୩୯୦ ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୯୯ ହଜାର ୪୨୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୮ ହଜାର ୧୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | ସାବଧାନ: ବୁଷ୍ଟର ଡୋଜ ନାମରେ Account ଖାଲି, ଡିଜିଟାଲ୍ ଠକଙ୍କ ନୂଆ କୌଶ

Share this: