ସାବଧାନ: ବୁଷ୍ଟର ଡୋଜ ନାମରେ Account ଖାଲି, ଡିଜିଟାଲ୍ ଠକଙ୍କ ନୂଆ କୌଶଳ

Share this:

ନୂଆଦିଲ୍ଲୀ:ଆଜିକାଲି ଦେଶର ପ୍ରତ୍ୟେକ ନାଗରିକ କରୋନାକୁ (Coronavirus) ଡରୁଛନ୍ତି। ଯେହେତୁ ଦିନକୁ ଦିନ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।  ଏଭଳି ପରିସ୍ଥିତିରେ ସାଇବର ଠକ (Cyber Fraud) ଠକେଇର ଏକ ନୂଆ ଉପାୟ ଉଦ୍ଭାବନ କରିଛି। ବର୍ତ୍ତମାନ ସେମାନେ ବୁଷ୍ଟର ଡୋଜ (Booster Dose) ନାମରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ (Bank Account) ରେ ପ୍ରବେଶ କରୁଛନ୍ତି।  ସାଇବର ସେଲ ଅନୁଯାୟୀ, ପ୍ରତିଦିନ ବୁଷ୍ଟର ଡୋଜ ନାମରେ ଶହ ଶହ ଠକେଇ ଆସୁଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସାଇବର ସେଲ ଏକ ସତର୍କ ସୂଚନା ଜାରି କରିଛି। କେବଳ ଏତିକି ନୁହେଁ, ଠକମାନଙ୍କଠାରୁ ସତର୍କ (Cyber ​​cell alert) ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କାରଣ ଠକମାନେ ଏହିପରି କଥାବାର୍ତ୍ତା କରନ୍ତି, ଯେପରି ସେମାନେ ପ୍ରକୃତରେ କେବଳ ଆପଣଙ୍କର ସାହାଯ୍ୟ ପାଇଁ ସରକାରୀ ସ୍ୱାସ୍ଥ୍ୟ ବିଭାଗରୁ କଲ୍ କରୁଛନ୍ତି। ଯଦି ଆପଣ ମଧ୍ୟ ଏହିପରି କୌଣସି କଲ୍ (Call) ପାଆନ୍ତି ତେବେ ଦୟାକରି ସେମାନଙ୍କୁ କୌଣସି (Information) ସୂଚନା ଦିଅନ୍ତୁ ନାହିଁ। ନଚେତ୍ ଆପଣ ଆପଣଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ  ହରାଇବାକୁ ପଡିପାରେ।

କିପରି ଠକେଇ ହୁଏ

ବୁଷ୍ଟର ଡୋଜ ପାଇବା ପାଇଁ ଠକମାନେ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ଯୋଗାଯୋଗ କରନ୍ତି, ଯାହା ପରେ ସେମାନଙ୍କର ପ୍ରଥମ ପ୍ରଶ୍ନ ହେଉଛି ଆପଣ କୋଭିଡ୍ ଉଭୟ ଡୋଜ ନେଇଛନ୍ତି କି ନାହିଁ। ଆପଣଙ୍କର ହଁ ଉତ୍ତର ପରେ, ସେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନା ନେଇ ଏକ ବୁଷ୍ଟର ଡୋଜ ନେବାକୁ ନିବେଦନ କରନ୍ତି। ଯେତେବେଳେ ଆପଣ ହଁ କୁହନ୍ତି, ସେମାନେ ପଞ୍ଜୀକରଣ (Registration) ନାମରେ ଆପଣଙ୍କର ସମସ୍ତ ତଥ୍ୟ ସଂଗ୍ରହ କରନ୍ତି। ଏହା ପରେ ଏକ ଲିଙ୍କ୍ ଆପଣଙ୍କ ମୋବାଇଲକୁ ପଠାନ୍ତି। ଅତି ଚତୁରତାର ସହ OTP କୁ ମଧ୍ୟ ପଚାରି ହାସଲ କରିନିଅନ୍ତି। ପରେ ପରେ ଆପଣଙ୍କର ବ୍ୟାଙ୍କ ଖାତା ଖାଲି ହୋଇଯିବ।

amazon

ସୂଚନାଯୋଗ୍ୟ ଆଗଧାଡ଼ିର କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର୍ ଡୋଜ ଦିଆଯାଉଛି। ସାଇବର ଠକ ଏହାର ସୁଯୋଗ ନେଉଛନ୍ତି। ଏଥିସହିତ ସାଧାରଣ ଲୋକମାନଙ୍କୁ ଟ୍ରାପ୍ କରି, ସେମାନେ କଠିନ ପରିଶ୍ରମ କରି ସଞ୍ଚୟ କରିଥିବା ଟଙ୍କା ଉପରେ ହାତ ମାରୁଛନ୍ତି।  ସମ୍ପ୍ରତି ଗୃହ ମନ୍ତ୍ରଣାଳୟ ମଧ୍ୟ ଏପରି ଠକେଇରୁ ସତର୍କ ରହିବାକୁ ଏକ ଭିଡିଓ ଜାରି କରିଛି। ଅନେକ ଜିଲ୍ଲାରୁ ଆସିଥିବା ଅଭିଯୋଗ ଆଧାରରେ ପୁଣି ଥରେ ସାଇବର ସେଲ୍ ସଜାଗ ରହିବାକୁ ପରାମର୍ଶ ଦେଇଛି। ଏଥିସହ ଏପରି ପଞ୍ଜୀକରଣ ନକରିବାକୁ କୁହାଯାଇଛି। ଯେଉଁଥିରେ ଆପଣଙ୍କୁ କୌଣସି OTP ପଚରାଯାଏ।

Share this: