Covid Cases Odisha: ଆଜି ରାଜ୍ୟରୁ ୧୦୩୬୮କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦ ହଜାର ୩୬୮ଜଣ କରୋନା (Covid) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୦୯୦ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୦୧୫ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୩୫୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୩୬ଜଣ, ବାଲେଶ୍ଵରରୁ ୩୦୪ଜଣ, ବରଗଡ଼ରୁ ୧୫୨ଜଣ, ଭଦ୍ରକରୁ ୧୨୯ଜଣ, ବଲାଙ୍ଗୀରିରୁ ୨୫୩ଜଣ, ବୌଦରୁ ୭୬ଜଣ, କଟକରୁ ୯୪୦ଜଣ, ଦେଓଗଡ଼ରୁ ୭୮ଜଣ, ଢେଙ୍କାନାଳରୁ ୮୩ଜଣ, ଗଜପତିରୁ ୧୦୦ଜଣ, ଗଞ୍ଜାମରୁ ୮୭ଜଣ, ଜଗତସିଂପୁରରୁ ୧୬୫ଜଣ, ଯାଜପୁରରୁ ୨୯୦ଜଣ, ଝାରସୁଗୁଡାରୁ ୧୫୭ଜଣ, କଳାହାଣ୍ଡିରୁ ୧୯୪ଜଣ, କନ୍ଧମାଳରୁ ୮୩ଜଣ, କେନ୍ଦ୍ରାପଡ଼ାରୁ ୧୦୬ଜଣ, କେଉଁଝରରୁ ୧୨୩ଜଣ, କୋରପୁଟରୁ ୨୦୨ଜଣ, ମାଲକାନଗିରିରୁ ୫୮ଜଣ, ମୟୁରଭଞ୍ଜରୁ ୧୬୫ଜଣ, ନବରଙ୍ଗପୁରୁ ୧୬୨ଜଣ, ନୟାଗଡ଼ରୁ ୧୪୯ଜଣ, ନୂଆପଡ଼ାରୁ ୧୯୬ଜଣ, ପୁରୀରୁ ୧୪୦ଜଣ, ରାୟଗଡାରୁ ୨୦୮ଜଣ, ସମ୍ବଲପୁରରୁ ୨୪୭ଜଣ, ସୋନପୁରରୁ ୧୮୦ଜଣ, ସୁନ୍ଦରଗଡରୁ ୧୫୦୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬୬୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୯ ଲକ୍ଷ ୧୬ ହଜାର ୨୯୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୭୭ ହଜାର ୪୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୭୮୫ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୮୦ ହଜାର ୫୬୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୮ ହଜାର ୩୪୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: