Covid Cases Odisha: ଓଡିଶାରୁ ଆଜି ଆଉ ୧୧ ହଜାର ୬୦୭ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

covid 19 report
Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Coronavirus) ସଙ୍କ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ ହଜାର ୬୦୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯୯୧ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୭୨୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୮୭୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୮୫ଜଣ, ବାଲେଶ୍ଵରରୁ ୩୦୫ଜଣ, ବରଗଡ଼ରୁ ୧୪୫ଜଣ, ଭଦ୍ରକରୁ ୧୫୩ଜଣ, ବଲାଙ୍ଗୀରିରୁ ୨୨୯ଜଣ, ବୌଦରୁ ୭୮ଜଣ, କଟକରୁ ୮୯୮ଜଣ, ଦେଓଗଡ଼ରୁ ୭୫ଜଣ, ଢେଙ୍କାନାଳରୁ ୭୧ଜଣ, ଗଜପତିରୁ ୮୭ଜଣ, ଗଞ୍ଜାମରୁ ୮୩ଜଣ, ଜଗତସିଂପୁରରୁ ୧୩୪ଜଣ, ଯାଜପୁରରୁ ୨୩୧ଜଣ, ଝାରସୁଗୁଡାରୁ ୨୧୯ଜଣ, କଳାହାଣ୍ଡିରୁ ୧୦୩ଜଣ, କନ୍ଧମାଳରୁ ୮୦ଜଣ, କେନ୍ଦ୍ରାପଡ଼ାରୁ ୧୧୯ଜଣ, କେଉଁଝରରୁ ୧୨୧ଜଣ, କୋରପୁଟରୁ ୬୮ଜଣ, ମାଲକାନଗିରିରୁ ୮୫ଜଣ, ମୟୁରଭଞ୍ଜରୁ ୧୭୪ଜଣ, ନବରଙ୍ଗପୁରୁ ୧୪୯ଜଣ, ନୟାଗଡ଼ରୁ ୨୦୬ଜଣ, ନୂଆପଡ଼ାରୁ ୧୬୬ଜଣ, ପୁରୀରୁ ୧୫୭ଜଣ, ରାୟଗଡାରୁ ୨୨୯ଜଣ, ସମ୍ବଲପୁରରୁ ୩୯୦ଜଣ, ସୋନପୁରରୁ ୧୧୪ଜଣ, ସୁନ୍ଦରଗଡରୁ ୧୨୧୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୭୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୮ ଲକ୍ଷ ୪୨ ହଜାର ୬୬ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୬୭ହଜାର ୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୭୪୫ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୭୩ହଜାର ୭୭୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୪ହଜାର ୭୭୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: