Dhenkanal Corona Updates: ଢେଙ୍କାନାଳ ଜିଲ୍ଲାରୁ ଆଜି ୧୫୭ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୧୫୭ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୧୩୯ଜଣ ଏବଂ ହସ୍ପିଟାଲରୁ ୧୮ଜଣ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ସର୍ବାଧିକ ୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ମଣ୍ଡାପଳ ଏବଂ ନାରଣପୁରରୁ ୨ଜଣ ଥିବାବେଳେ ବେବର୍ତ୍ତକାଟେଣି, ଚନ୍ଦ୍ରଶେଖର ପ୍ରସାଦ, ଗୋବିନ୍ଦପୁର, ସାରିଆଁ, ଗେଙ୍ଗୁଟିଆ, ବାଲ୍ୟାମ୍ବା, ମୋଟାରୀ ଏବଂ ନାଥୁଆ ଜଣେ ଲେଖାଏଁ ଅଛନ୍ତି।

ସେହିପରି ଭୁବନ ବ୍ଲକ (Bhuban Block) ରୁ ୬ଜଣ ଚିହ୍ନଟଙ୍କ ମଧ୍ୟରେ କୁନିଦା, ଯମୁନାକୋଟ, ଜିରାଳ, ଆଦିପୁର, ଏମକେ.ଗୋଳା ଏବଂ ଜିଏନ.ପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ଏନଏସି ରୁ ୩ଜଣ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୯ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ପୋରୁହଖୋଜରୁ ୩ଜଣ ଥିବାବେଳେ ବିଷ୍ଣୁପୁର, ଦେଓଗାଁ, ଜୁଆଳିବନ୍ଧ, ଦକ୍ଷିଣପସି, ଚିରୁଲେଇ ଏବଂ ମନ୍ଦାରରୁ ଜଣେ ଲେଖାଏଁ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ବାବନ୍ଧରୁ ୩ଜଣ ଥିବାବେଳେ ଚିତ୍ତଲପୁର, ଖଜୁରିଆକଟା, ରଞ୍ଜାଗୋଳ ଏବଂ ପଞ୍ଚପଡାରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୨୫ଜଣ ଚିହ୍ନଟ ହୋଇଛନ୍ତି। ଗୁଣ୍ଡିଚାପଡାରୁ ୪ଜଣ, ହିନ୍ଦୋଳରୋଡ଼ ଏବଂ ପୋଡପଡାରୁ ୩ଜଣ ଲେଖାଏଁ ଅଛନ୍ତି। ସେହିପରି ନିମିଧା ଏବଂ ସିମିନଇରୁ ୨ ଜଣ ଲେଖାଏଁ ଥିବାବେଳେ ଆର୍ତ୍ତସାନ୍ତରାକାଟେଣି, ଛେଳିଆବେଡ଼ା, ଗୋଡିଡ଼ିହି, ଜରଡା, କଲଙ୍ଗା, କାଣ୍ଡବିନ୍ଧା, ନାଧେରା, ସାଇଁବିରି, ବଳରାମପ୍ରସାଦ, ବିଦାବନ୍ଧ ଏବଂ ଗୁଡିଆକାଟେଣିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କାମାକ୍ଷାନଗର ବ୍ଲକରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ କମଗରପାଟଣା, ଜଗନ୍ନାଥପୁର ଏବଂ ସାମଟାଙ୍ଗୀରରୁ ଜଣେ ଲେଖାଏଁ ଥିବାବେଳେ କାମାକ୍ଷାନଗର ଏନଏସି ରୁ ଜଣେ  ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକରୁ ୭ଜଣଙ୍କ ମଧ୍ୟରୁ  ପର୍ଜଙ୍ଗରୁ ଜଣେ ଏବଂ କୁନାଲ କନଷ୍ଟ୍ରକସନରୁ ୬ଜଣ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୭୧୮ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୬ ଲକ୍ଷ ୧୯ ହଜାର ୫୪୧ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୨୦ ହଜାର ୭୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୯ହଜାର ୮୯୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୭୪ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୨୪୬ରେ ପହଞ୍ଚିଛି।

Share this: