Covid Cases Odisha:ଆଜି ଓଡ଼ିଶାରେ ୧୧ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ

covid19 updates-mahimalive
Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Coronavirus) ର ଗତି ତୀବ୍ର ହୋଇଛି।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ ହଜାର ୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୦୬୧ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୪୩୧ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୬୫୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୩୯ଜଣ, ବାଲେଶ୍ଵରରୁ ୩୨୩ଜଣ, ବରଗଡ଼ରୁ ୧୨୫ଜଣ, ଭଦ୍ରକରୁ ୧୩୨ଜଣ, ବଲାଙ୍ଗୀରିରୁ ୩୦୦ଜଣ, ବୌଦରୁ ୮୩ଜଣ, କଟକରୁ ୭୬୬ଜଣ, ଦେଓଗଡ଼ରୁ ୫୩ଜଣ, ଢେଙ୍କାନାଳରୁ ୧୫୭ଜଣ, ଗଜପତିରୁ ୯୩ଜଣ, ଗଞ୍ଜାମରୁ ୧୧୬ଜଣ, ଜଗତସିଂପୁରରୁ ୨୭୩ଜଣ, ଯାଜପୁରରୁ ୨୭୫ଜଣ, ଝାରସୁଗୁଡାରୁ ୧୩୨ଜଣ, କଳାହାଣ୍ଡିରୁ ୨୫୩ଜଣ, କନ୍ଧମାଳରୁ ୫୧ଜଣ, କେନ୍ଦ୍ରାପଡ଼ାରୁ ୮୫ଜଣ, କେଉଁଝରରୁ ୨୨୩ଜଣ, କୋରପୁଟରୁ ୧୯୬ଜଣ, ମାଲକାନଗିରିରୁ ୫୪ଜଣ, ମୟୁରଭଞ୍ଜରୁ ୩୯୩ଜଣ, ନବରଙ୍ଗପୁରୁ ୧୩୭ଜଣ, ନୟାଗଡ଼ରୁ ୧୪୯ଜଣ, ନୂଆପଡ଼ାରୁ ୧୦୪ଜଣ, ପୁରୀରୁ ୧୮୮ଜଣ, ରାୟଗଡାରୁ ୧୮୭ଜଣ, ସମ୍ବଲପୁରରୁ ୩୦୨ଜଣ, ସୋନପୁରରୁ ୧୫୩ଜଣ, ସୁନ୍ଦରଗଡରୁ ୧୪୧୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୭ ଲକ୍ଷ ୭୨ ହଜାର ୫୬୧ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୫୫ ହଜାର ୪୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୯୬୫ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୬୬ହଜାର ୩୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୦ହଜାର ୯୧୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: