Dhenkanal Corona Updates: ଢେଙ୍କାନାଳ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ ଚିହ୍ନଟ

angul_covid19
Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୭୦ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୫ଜଣ ଏବଂ ହସ୍ପିଟାଲରୁ ୩୫ଜଣ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କାଞ୍ଚନବଜାର, ସିମିଳିଆ, ମିନାବଜାର  ଏବଂ ଦେଉଳସାହିରୁ ଜଣେ ଲେଖାଏଁ ଅଛନ୍ତି। ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ବେବର୍ତ୍ତକାଟେଣି, ଭାପୁର,ବେଲଟିକିରୀ ଏବଂ ଦାମୋଦରନାଳିରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ଭୁବନ ବ୍ଲକ (Bhuban Block) ରୁ ୪ଜଣ ଚିହ୍ନଟଙ୍କ ମଧ୍ୟରେ ଏସ.ପି.ପୁରରୁ ୨ଜଣ, ମଙ୍ଗଳପୁର ଏବଂ କିଂଗୋଳରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ଏନଏସି ରୁ ୫ଜଣ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୯ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ମଠତେନ୍ତୁଳିଆରୁ ୩ଜଣ ଥିବାବେଳେ ଖଣ୍ଡାବନ୍ଧ, କାଲୁରିଆ, ସନ୍ତସରା, ଗୋପାଳପୁର, ଜନ୍ଦାପଶି ଏବଂ ମନ୍ଦାରରୁ ଜଣେ ଲେଖାଏଁ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପାଇକପୁରୁଣା କୋର୍ଟ, ସଂଜପଡ଼ା ଏବଂ  ଗାଲପଡାରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକର୨ ଜଣଙ୍କ ମଧ୍ୟରୁ ପର୍ଜଙ୍ଗ ଏବଂ ବାରିହାପୁରରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। TSM କଲୋନୀରୁ ୧୦ଜଣ, କଣ୍ଟାବଣିଆରୁ ୭ଜଣ, ଜରଡା ଏବଂ ମେରାମଣ୍ଡଳୀରୁ ୩ଜଣ, ଧଳପୁର ଏବଂ ଗୁଡିଆକାଟେଣିରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ହିନ୍ଦୋଳରୋଡ଼, ନରେନ୍ଦ୍ରପୁର, ପନେଇଲୋ, ହରିପୁର ଏବଂ ଶିବପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କାମାକ୍ଷାନଗର ବ୍ଲକରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ ରାଙ୍କିଆ, ଶରଧାପୁର ଏବଂ ମଳପୁରରୁ ଜଣେ ଲେଖାଏଁ ଥିବାବେଳେ ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି। କାମାକ୍ଷାନଗର ଏନଏସି ରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଗତକାଲି ଜିଲ୍ଲାରେ ୧୦୧୪ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୬ ଲକ୍ଷ ୧୭ ହଜାର ୮୨୩ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୨୦ ହଜାର ୫୫୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୯ହଜାର ୮୫୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୪୫୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୨୪୬ରେ ପହଞ୍ଚିଛି।

Share this: