Covid Cases Odisha: ରାଜ୍ୟରେ ଆଜି ୧୦ ହଜାର୪୮୯ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୦ହଜାର ୪୮୯ ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୯୮୨ଜଣ। ଗତ କାଲି ଅପେକ୍ଷା ଆଜି କମ ରହିଛି ସଂକ୍ରମଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୦୮୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୪୦୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୫୮ଜଣ, ବାଲେଶ୍ଵରରୁ ୪୩୩ଜଣ, ବରଗଡ଼ରୁ ୧୬୬ଜଣ, ଭଦ୍ରକରୁ ୧୧୮ଜଣ, ବଲାଙ୍ଗୀରିରୁ ୨୩୮ଜଣ, ବୌଦରୁ ୮୫ଜଣ, କଟକରୁ ୭୮୬ଜଣ, ଦେଓଗଡ଼ରୁ ୪୪ଜଣ, ଢେଙ୍କାନାଳରୁ ୭୦ଜଣ, ଗଜପତିରୁ ୧୦୯ଜଣ, ଗଞ୍ଜାମରୁ ୯୨ଜଣ, ଜଗତସିଂପୁରରୁ ୨୦୭ଜଣ, ଯାଜପୁରରୁ ୧୯୫ଜଣ, ଝାରସୁଗୁଡାରୁ ୨୨୫ଜଣ, କଳାହାଣ୍ଡିରୁ ୧୬୩ଜଣ, କନ୍ଧମାଳରୁ ୫୬ଜଣ, କେନ୍ଦ୍ରାପଡ଼ାରୁ ୯୦ଜଣ, କେଉଁଝରରୁ ୧୦୫ଜଣ, କୋରପୁଟରୁ ୧୬୨ଜଣ, ମାଲକାନଗିରିରୁ ୫୫ଜଣ, ମୟୁରଭଞ୍ଜରୁ ୩୮୩ଜଣ, ନବରଙ୍ଗପୁରୁ ୧୫୯ଜଣ, ନୟାଗଡ଼ରୁ ୧୯୩ଜଣ, ନୂଆପଡ଼ାରୁ ୧୦୮ଜଣ, ପୁରୀରୁ ୧୯୮ଜଣ, ରାୟଗଡାରୁ ୨୫୩ଜଣ, ସମ୍ବଲପୁରରୁ ୩୮୭ଜଣ, ସୋନପୁରରୁ ୧୬୩ଜଣ, ସୁନ୍ଦରଗଡରୁ ୧୪୪୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୦୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୭ ଲକ୍ଷ ୧ ହଜାର ୫୭୧ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୪୪ହଜାର ୪୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୪୫୨ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୬୦ ହଜାର ୬୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ହଜାର ୭୯୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: