Covid Cases Odisha: ଓଡ଼ିଶାରେ ଆଜି ୧୧ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧୧ ହଜାର ୧୭୭ ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୧୦୧୬ଜଣ। ବର୍ତ୍ତମାନ ରାଜ୍ୟରେ କରୋନା ଦିନକୁ ଦିନ ବଢିଚାଲିଛି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୪୭୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୬୯୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୩୨ଜଣ, ବାଲେଶ୍ଵରରୁ ୩୪୨ଜଣ, ବରଗଡ଼ରୁ ୧୨୩ଜଣ, ଭଦ୍ରକରୁ ୯୨ଜଣ, ବଲାଙ୍ଗୀରିରୁ ୩୧୨ଜଣ, ବୌଦରୁ ୭୧ଜଣ, କଟକରୁ ୮୨୯ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୬୫ଜଣ, ଗଜପତିରୁ ୭୩ଜଣ, ଗଞ୍ଜାମରୁ ୧୦୮ଜଣ, ଜଗତସିଂପୁରରୁ ୧୬୪ଜଣ, ଯାଜପୁରରୁ ୧୭୯ଜଣ, ଝାରସୁଗୁଡାରୁ ୧୯୩ଜଣ, କଳାହାଣ୍ଡିରୁ ୧୭୩ଜଣ, କନ୍ଧମାଳରୁ ୪୭ଜଣ, କେନ୍ଦ୍ରାପଡ଼ାରୁ ୭୧ଜଣ, କେଉଁଝରରୁ ୬୯ଜଣ, କୋରପୁଟରୁ ୧୫୨ଜଣ, ମାଲକାନଗିରିରୁ ୪୯ଜଣ, ମୟୁରଭଞ୍ଜରୁ ୨୭୬ଜଣ, ନବରଙ୍ଗପୁରୁ ୧୫୫ଜଣ, ନୟାଗଡ଼ରୁ ୧୫୯ଜଣ, ନୂଆପଡ଼ାରୁ ୭୯ଜଣ, ପୁରୀରୁ ୧୪୧ଜଣ, ରାୟଗଡାରୁ ୧୮୪ଜଣ, ସମ୍ବଲପୁରରୁ ୩୭୯ଜଣ, ସୋନପୁରରୁ ୨୩୮ଜଣ, ସୁନ୍ଦରଗଡରୁ ୨୧୩୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୩୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୬ ଲକ୍ଷ ୩୧ ହଜାର ୪୫୪ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୩୩ ହଜାର ୯୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୨୨୦ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୫୫ ହଜାର ୬୧୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯ ହଜାର ୭୬୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: