Covid Cases Odisha: ଆଜି ଓଡ଼ିଶାରେ ଆଉ ୧୦୮୫୬ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୧୦୨୧ଜଣ। କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୨୯୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୫୬୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୪ଜଣ, ବାଲେଶ୍ଵରରୁ ୩୨୬ଜଣ, ବରଗଡ଼ରୁ ୧୪୫ଜଣ, ଭଦ୍ରକରୁ ୧୦୧ଜଣ, ବଲାଙ୍ଗୀରିରୁ ୨୫୯ଜଣ, ବୌଦରୁ ୩୮ଜଣ, କଟକରୁ ୯୦୯ଜଣ, ଦେଓଗଡ଼ରୁ ୨୪ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୩୫ଜଣ, ଗଞ୍ଜାମରୁ ୧୩୯ଜଣ, ଜଗତସିଂପୁରରୁ ୨୨୨ଜଣ, ଯାଜପୁରରୁ ୨୧୦ଜଣ, ଝରସୁଗୁଡ଼ାରୁ ୨୧୧ଜଣ, କଳାହାଣ୍ଡିରୁ ୧୪୪ଜଣ, କନ୍ଧମାଳରୁ ୪୨ଜଣ, କେନ୍ଦ୍ରାପଡ଼ାରୁ ୭୫ଜଣ, କେଉଁଝରରୁ ୮୪ଜଣ, କୋରପୁଟରୁ ୧୬୫ଜଣ, ମାଲକାନଗିରିରୁ ୫୪ଜଣ, ମୟୁରଭଞ୍ଜରୁ ୩୭୬ଜଣ, ନବରଙ୍ଗପୁରୁ ୧୦୬ଜଣ, ନୟାଗଡ଼ରୁ ୧୪୫ଜଣ, ନୂଆପଡ଼ାରୁ ୭୫ଜଣ, ପୁରୀରୁ ୧୯୮ଜଣ, ରାୟଗଡାରୁ ୧୫୬ଜଣ, ସମ୍ବଲପୁରରୁ ୫୦୦ଜଣ, ସୋନପୁରରୁ ୧୦୨ଜଣ, ସୁନ୍ଦରଗଡରୁ ୧୯୪୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୫ଲକ୍ଷ ୫୪ହଜାର ୩୩୪ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୨୨ହଜାର ୭୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୨୧୬ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୫୨ହଜାର ୩୯୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧ହଜାର ୮୦୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: