Covid Cases Odisha:ଓଡ଼ିଶାରେ ଆଜି ୧୦୨୭୩ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷ ମଧ୍ୟରେ ୧୦୬୫

Share this:

ଭୁବନେଶ୍ଵର:ଆଜି ପୁଣି ଓଡ଼ିଶା (Odisha) ରେ କରୋନା (Coronavirus) ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି। ଯାହାକି ଏକ ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି। ସରକାରୀ କୋଭିଡ ନିୟମ ମାନି ଚଳନ୍ତୁ। ଗତ ୨୪ ଘଣ୍ଟାରେ ୧୦  ହଜାର ୨୭୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୧୦୬୫ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୯୬୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୩୧୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ୩୪୯୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୫ଜଣ, ବାଲେଶ୍ଵରରୁ ୪୫୭ଜଣ, ବରଗଡ଼ରୁ ୧୦୨ଜଣ, ଭଦ୍ରକରୁ ୧୦୨ଜଣ, ବଲାଙ୍ଗୀରିରୁ ୧୯୧ଜଣ, ବୌଦରୁ ୨୪ଜଣ, କଟକରୁ ୮୪୪ଜଣ, ଦେଓଗଡ଼ରୁ ୨୩ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୨୬ଜଣ, ଗଞ୍ଜାମରୁ ୫୫ଜଣ, ଜଗତସିଂପୁରରୁ ୧୩୨ଜଣ, ଯାଜପୁରରୁ ୧୪୩ଜଣ, ଝରସୁଗୁଡ଼ାରୁ ୨୦୨ଜଣ, କଳାହାଣ୍ଡିରୁ ୨୦୩ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାପଡ଼ାରୁ ୭୪ଜଣ, କେଉଁଝରରୁ ୧୧୪ଜଣ, କୋରପୁଟରୁ ୧୮୬ଜଣ, ମାଲକାନଗିରିରୁ ୩୦ଜଣ, ମୟୁରଭଞ୍ଜରୁ ୩୪୦ଜଣ, ନବରଙ୍ଗପୁରୁ ୧୨୫ଜଣ, ନୟାଗଡ଼ରୁ ୧୨୧ଜଣ, ନୂଆପଡ଼ାରୁ ୪୫ଜଣ, ପୁରୀରୁ ୨୬୯ଜଣ, ରାୟଗଡାରୁ ୧୮୩ଜଣ, ସମ୍ବଲପୁରରୁ ୫୨୯ଜଣ, ସୋନପୁରରୁ ୧୩୨ଜଣ, ସୁନ୍ଦରଗଡରୁ ୧୦୪୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୯୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୪ଲକ୍ଷ ୭୯ହଜାର ୩୯୮ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୧୧ ହଜାର ୮୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୪୪୭ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୫୦ ହଜାର ୧୭୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩ ହଜାର ୧୭୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | ସାବଧାନ: ଫାଷ୍ଟଫୁଡ୍ ରୋଗ ପ୍ରତିରୋଧକ ଶକ୍ତିକୁ କରୁଛି ନଷ୍ଟ; ସର୍ଭେରୁ ସ୍ପଷ୍ଟ

Share this: