Covid Cases Odisha: ଆଜି ରାଜ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା (Coronavirus) ସଂକ୍ରମଣ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୦  ହଜାର ୫୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୮୭୨ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୮୩୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୨୨୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୧୮୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୬ଜଣ, ବାଲେଶ୍ଵରରୁ ୨୭୮ଜଣ, ବରଗଡ଼ରୁ ୭୬ଜଣ, ଭଦ୍ରକରୁ ୧୩୮ଜଣ, ବଲାଙ୍ଗୀରିରୁ ୨୧୬ଜଣ, ବୌଦରୁ ୧୫ଜଣ, କଟକରୁ ୮୭୦ଜଣ, ଦେଓଗଡ଼ରୁ ୧୮ଜଣ, ଢେଙ୍କାନାଳରୁ ୫୦ଜଣ, ଗଜପତିରୁ ୮୨ଜଣ, ଗଞ୍ଜାମରୁ ୧୫୪ଜଣ, ଜଗତସିଂପୁରରୁ ୧୪୨ଜଣ, ଯାଜପୁରରୁ ୨୧୨ଜଣ, ଝରସୁଗୁଡ଼ାରୁ ୨୧୯ଜଣ, କଳାହାଣ୍ଡିରୁ ୧୨୩ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୫୧ଜଣ, କେଉଁଝରରୁ ୧୦୯ଜଣ, କୋରପୁଟରୁ ୧୫୫ଜଣ, ମାଲକାନଗିରିରୁ ୧୭ଜଣ, ମୟୁରଭଞ୍ଜରୁ ୪୨୩ଜଣ, ନବରଙ୍ଗପୁରୁ ୧୨୨ଜଣ, ନୟାଗଡ଼ରୁ ୧୦୨ଜଣ, ନୂଆପଡ଼ାରୁ ୬୬ଜଣ, ପୁରୀରୁ ୨୭୨ଜଣ, ରାୟଗଡାରୁ ୧୩୧ଜଣ, ସମ୍ବଲପୁରରୁ ୫୭୦ଜଣ, ସୋନପୁରରୁ ୧୦୬ଜଣ, ସୁନ୍ଦରଗଡରୁ ୧୩୪୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୬୪ଲକ୍ଷ ୩ ହଜାର ୬୬୭ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ୧ ହଜାର ୬୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯୪୯ଜଣ ସୁସ୍ଥ ହେବା ସହିତ ମୋଟ ୧୦ ଲକ୍ଷ ୪୮ହଜାର ୭୩୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୪ ହଜାର ୩୪୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: