Odisha:କମୁଛି ସଂକ୍ରମଣ, ଆଜି ଓଡ଼ିଶାରୁ ୨୬୪୦ଜଣ Covid ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୨ ହଜାର ୬୪୦ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୨୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୯୭ଜଣ କରୋନା ସଂକ୍ରମିତ ବାଲେଶ୍ଵର (Balasore) ରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୯ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୧୨୮ଜଣ, ବଲାଙ୍ଗୀରିରୁ ୧୧ଜଣ, ବୌଦ୍ଧରୁ ୧୯ଜଣ, କଟକରୁ ୨୬୬ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୬୭ଜଣ, ଗଜପତିରୁ ୧୮ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂପୁରରୁ ୧୩୨ଜଣ, ଯାଜପୁରରୁ ୧୬୨ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୨୦ଜଣ, କନ୍ଧମାଳରୁ ୧୫ଜଣ, କେନ୍ଦ୍ରାପଡ଼ାରୁ ୫୫ଜଣ, କେଉଁଝରରୁ ୭୦ଜଣ, ଖୋର୍ଦ୍ଧାରୁ ୩୬୫ଜଣ, କୋରାପୁଟରୁ ୬୧ଜଣ, ମୟୁରଭଞ୍ଜରୁ ୧୫୫ଜଣ, ମାଲକାନଗିରିରୁ ୬୪ଜଣ, ନବରଙ୍ଗପୁରରୁ ୨୦ଜଣ, ନୟାଗଡ଼ରୁ ୯୨ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୭୮ଜଣ, ରାୟଗଡାରୁ ୪୯ଜଣ, ସମ୍ବଲପୁରରୁ ୨୩ଜଣ, ସୋନପୁରରୁ ୨୫ଜଣ, ସୁନ୍ଦରଗଡରୁ ୨୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୬ ଲକ୍ଷ ୮୪ହଜାର ୨୨୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬ ହଜାର ୪୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୩୮୫ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୭୦ ହଜାର ୭୮୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ ହଜାର ୬୧୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | CoWin: ଭାରତ ୫୦ଟି ଦେଶକୁ ଦେବ କୋ-ୱିନ ସିଷ୍ଟମ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

[amazon_auto_links id=”9932″]

Share this: