ଆଜି ଢେଙ୍କାନାଳ ଜିଲ୍ଲାରୁ ଆଉ ୧୩୭ଜଣ Corona ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ୧୩୭ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୧୨୬ ଏବଂ ହସ୍ପିଟାଲରୁ ୧୧ଜଣ ଚିହ୍ନଟ ହୋଇଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କଡ଼ଲାରୁ ୨୯ଜଣ, କୋଠାଳୁ ଏବଂ ଗୋବିନ୍ଦପୁରରୁ ୬ଜଣ ଲେଖାଏଁ ଅଛନ୍ତି। ଝାଡୁବେରେଣୀରୁ ୫ଜଣ, ବେରୁଆଁପାଳରୁ ୪ଜଣ, କଙ୍କାଳୁରୁ ୩ଜଣ, କଡଲାରୁ ୨ଜଣ, ବଡମୁଣ୍ଡା, ଖଳିବେରେଣା, କୃଷ୍ଣଚନ୍ଦ୍ରପୁର, ଖଳିବୋରେଇ, ରାସୋଳ, ବେଡ଼ାପଡ଼ା, କନ୍ତାମିଲା, ପାଇକପୁରୁଣାକୋଟ ଏବଂ  ସଂଜପଡାରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକରୁ ୨୪ଜଣଙ୍କ ମଧ୍ୟରୁ ଭୁଇଁପୁରରୁ ୯ଜଣ, ତାଳବାରକୋଟରୁ ୩ଜଣ, ଭତକାଟେଣିରୁ ୨ଜଣ ଥିବାବେଳେ ନଡିଆଳି, ବେଲେଟିକିରୀ, ବାରାଦା, ଗେଁଗୁଟିଆ, ମାନିପୁର, ଗୋବିନ୍ଦପୁର, ସରଦେଇପୁର, ତରଭା, କଙ୍କଡାହାଡ ଏବଂ ଗୋବିନ୍ଦପୁରରୁ ଜଣେ ଲେଖାଏଁ ଅଛନ୍ତି।   

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୦ଜଣ, କଙ୍କଡାହାଡ ବ୍ଲକରୁ ୮ଜଣ, ଓଡ଼ାପଡା ବ୍ଲକ (Odapada Block) ରୁ ୧୧ଜଣଙ୍କ ମଧ୍ୟରୁ ଖଡଗପ୍ରସାଦରୁ ୪ଜଣ, ମେରାମଣ୍ଡଳୀ, ବାଛୁରିବାଙ୍କ, ପଞ୍ଚୁପଟି, ଅଚାଲକୋଟ, ଗୁଡିଆକାଟେଣି, ବେଶାଳିଆ ଏବଂ ଗୋବିନ୍ଦପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି।   

ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୭ଜଣ, ଗଁଦିଆ ବ୍ଲକ (Gondia Block) ରୁ ୬ଜଣ, କାମାକ୍ଷାନଗର NAC ରୁ ୨ଜଣ, ପର୍ଜଙ୍ଗ ବ୍ଲକ (Parjang Block) ରୁ ଜଣେ, ଭୁବନ ବ୍ଲକରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଚିହ୍ନଟ ହୋଇଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୭୦୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୯ ହଜାର ୯୦୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୫  ହଜାର ୭୧୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୯୯ ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୨ହଜାର ୯୦୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୨ ହଜାର ୭୬୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୪୬ରେ ପହଞ୍ଚିଛି।

[amazon_auto_links id=”10233″]

Also Read |SBI ଗ୍ରାହକ ସାବଧାନ! ବ୍ୟାଙ୍କ ATM ଚାର୍ଜ ନାମରେ ଆଦାୟ କରୁଛି ଟଙ୍କା

Share this: