କମୁଛି ସଂକ୍ରମଣ,ଆଜି ଢେଙ୍କାନାଳ ଜିଲ୍ଲାରୁ ୭୩ ଜଣ Corona ପଜିଟିଭ ଚିହ୍ନଟ,ଜଣେ ମୃତ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ୭୩ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୫୭ଜଣ ଏବଂ ହସ୍ପିଟାଲରୁ ୧୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୨୨ଜଣଙ୍କ ମଧ୍ୟରୁ ଜରଡା,ବାଲିକିଆରୀ, ବନ୍ଧାଭୁଇଁ, କୁକୁଟା ବାଲିମି ଏବଂ ଜରଡାରୁ ୨ଜଣ ଲେଖାଏଁ, ସେହିପରି ମାଧପୁର, ବେଡ଼ାପଡ଼ା, ପଡ଼ା, ଚିଲତଇଳା, କୁକୁଟା, ଗୁଆଗରିଆ, ବାରିଶିଙ୍ଗା, ଆଳୁସିଂହ, ନୂଆପାଣିସାହି, ଗୋବିନ୍ଦପୁର, କୁନୁଆଁ ଏବଂ ଭକ୍ତପୁରରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୩ଜଣକ ମଧ୍ୟରୁ ଅମଲାପଡା, ଗୋପାଳପୁର ଏବଂ ରାଜମୋହନପୁରରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୧ଜଣଙ୍କ ମଧ୍ୟରୁ  ଡିଷ୍ଟ୍ରିକ୍ଟ ଜେଲରୁ ୬ଜଣ ଅଛନ୍ତି। (Sadar Block) ରୁ ୧୦ଜଣଙ୍କ ମଧ୍ୟରୁ ତାଳବାରକୋଟ ଏବଂ  କାମଧେନୁକୋଟରୁ ୨ଜଣ ଲେଖାଏଁ, ମଣ୍ଡାପାଳ, ମହୁଲପଡ଼ା, ବଡପାଳ, ଶାସାଇଲୋ, ନଧନପୁର, କଟକମଡା ଏବଂ ଖମାରରୁ ଜଣେ ଅଛନ୍ତି।   

ସେହିପରି ପର୍ଜଙ୍ଗ ବ୍ଲକରୁ ୧୦ଜଣଙ୍କ ମଧ୍ୟରେ କର୍ମଦାରୁ ୭ଜଣ, ସରାଙ୍ଗରୁ ୨ଜଣ   ଏବଂ ମାଣିକମରାରୁ ଜଣେ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୭ଜଣଙ୍କ ମଧ୍ୟରୁ ବାଲିପାଟରୁ ୨ଜଣ, ଗୁଣ୍ଡୁରୁପଶି, ବଣିଆପଦା, ଅର୍ଣ୍ଣପର, ସନ୍ଥପୁର ଏବଂ ଷଡଙ୍ଗୀରୁ ଜଣେ ଲେଖାଏଁ ଅଛନ୍ତି।

ଓଡ଼ାପଡା ବ୍ଲକ (Odapada Block) ରୁ ୫ଜଣଙ୍କ ମଧ୍ୟରୁ କୁରୁଣ୍ଟିରୁ ୨ଜଣ, ସଇଁବିରି, କୁଶୁପଙ୍ଗା ଏବଂ ପଞ୍ଚୁବଟିରୁ ଜଣେ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୨ଜଣଙ୍କ ମଧ୍ୟରୁ ବଙ୍ଗୁରା ଏବଂ ବୁଧିବିଲିରୁ ଜଣେ ଅଛନ୍ତି। ଭୁବନ ବ୍ଲକରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୬୦୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୮ ହଜାର ୨୦୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୫  ହଜାର ୫୭୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୨ହଜାର ୫୧୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୩ହଜାର ୨୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୪୫ରେ ପହଞ୍ଚିଛି।

[amazon_auto_links id=”9932″]

Also Read |Modi ସରକାରଙ୍କ ବଡ ନିଷ୍ପତି,ଧାନର MSP ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି

Share this: