ନାଇପର,ମୋହାଲି ତିଆରି କରିଛି ରୋଗ ପ୍ରତିରୋଧକ ଶକ୍ତି ହର୍ବାଲ୍ ଟି

Share this:

ପୂର୍ବରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NIPER) କୋଭିଡ ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରତିରକ୍ଷା ଉପକରଣ,ସାନିଟାଇଜର ଏବଂ ମାସ୍କ ଭଳି ଅନେକ ଅଭିନବ ଉତ୍ପାଦ ଆଣିଛି। କିନ୍ତୁ, ଏବେ   ସଂକ୍ରମଣ ବିରୁଦ୍ଧରେ ଶାରୀରିକ ପ୍ରତିରୋଧକୁ ମଜବୁତ କରିବା ପାଇଁ ଇମ୍ୟୁନିଟି ବୁଷ୍ଟର୍ ହର୍ବାଲ୍ ଚା ମଧ୍ୟ ପ୍ରସ୍ତୁତ କରିଛି।

ଯେହେତୁ କୋଭିଡ୧୯  ର ଚିକିତ୍ସା ପାଇଁ କୌଣସି ପ୍ରଭାବଶାଳୀ ଔଷଧ କିମ୍ବା ଟିକା ଉପଲବ୍ଧ ନାହିଁ, ତେଣୁ ଲୋକଙ୍କ ପାଇଁ ଏକ ଦୃଢ ପ୍ରତିରକ୍ଷା ପ୍ରଣାଳୀ ରହିବା ଆବଶ୍ୟକ ଯାହା ଦ୍ଵାରା ସେମାନେ ସହଜରେ କୌଣସି ପ୍ରକାରର ସଂକ୍ରମଣ ବିରୁଦ୍ଧରେ ଲଢେଇ କରି ପାରିବେ ଏବଂ ନିଜକୁ ରକ୍ଷା କରିପାରିବେ। ଏହାକୁ ଧ୍ୟାନରେ ରଖି ନାଇପର ର ପ୍ରାକୃତିକ ଦ୍ରବ୍ୟ ବିଭାଗ, ହର୍ବାଲ୍ ଚା ବିକଶିତ କରିଛନ୍ତି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢେଇ ଥାଏ।  ଏହି ହର୍ବାଲ୍ ଚା ଶରୀରରେ ରୋଗ ପ୍ରତିରୋଧକ ପ୍ରତିକ୍ରିୟାରେ ଉନ୍ନତି ଆଣିଥାଏ ଯାହା ଦ୍ଵାରା ଏହାକୁ କୋଭିଡ୍୧୯  ଭାଇରାଲ୍ ସଂକ୍ରମଣରୁ ପ୍ରତିଷେଧକ ବ୍ୟବସ୍ଥା ଭାବରେ ବ୍ୟବହାର କରାଯାଇପାରିବ।

ଏକ  ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ବ୍ୟକ୍ତିବିଶେଷଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ ତା ସହିତ  ଜୀବାଣୁ, ଭୂତାଣୁ ଏବଂ ଅନ୍ୟ କୌଣସି ପ୍ରକାର ବିଷାକ୍ତ ପଦାର୍ଥ ପରି ପାଥୋଜେନିକ୍ ମାଇକ୍ରୋବକୁ ନିରପେକ୍ଷ ତଥା ବିଲୋପ କରିବାର କ୍ଷମତା ରଖିଥାଏ। ପ୍ରତିରକ୍ଷା ପ୍ରତିକ୍ରିୟାକୁ ମଜବୁତ କରିବା ଆଣ୍ଟି-ଭାଇରାଲ୍ / ଆଣ୍ଟି-ମାଇକ୍ରୋବାୟଲ୍ ଔଷଧ ପାଇଁ ଏକ ବିକଳ୍ପ ହୋଇପାରେ।

ଏହି ହର୍ବାଲ୍ ଚା ହେଉଛି ଅଶ୍ୱଗନ୍ଧା, ଗିଲୋଇ, ଯଷ୍ଠିମଧୁ, ତୁଳସୀ ଏବଂ ଗ୍ରୀନ୍ ଟି ପରି ଛଅ ଟି ସ୍ଥାନୀୟ ଉପଲବ୍ଧ ଔଷଧର ମିଶ୍ରଣ, ଯାହା ନିର୍ଦ୍ଦିଷ୍ଟ ଅନୁପାତରେ ଯତ୍ନର ସହିତ ମିଶ୍ରିତ କରାଯାଉଛି। ଏଥିପାଇଁ ପ୍ରତିରକ୍ଷା, ସମ୍ବେଦନଶୀଳ ଆବେଦନ, ପ୍ରସ୍ତୁତିର ସହଜତା ଏବଂ ଗ୍ରହଣୀୟ ସ୍ୱାଦକୁ ବିଚାରକୁ ନିଆଯାଇଛି। ଔଷଧର ଚୟନ ଆୟୁର୍ବେଦରେ ବର୍ଣ୍ଣିତ “ରସାୟନା” ଧାରଣା ଉପରେ ଆଧାରିତ।ଏହି ଔଷଧଗୁଡିକ ଦୀର୍ଘ ଦିନ ଧରି ବିଭିନ୍ନ ଆୟୁର୍ବେଦିକ ଔଷଧରେ ବ୍ୟବହୃତ ହୋଇଆସୁଥିଲା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହି ଔଷଧୀୟ କୋଷ ସ୍ତରରେ ପ୍ରତିରକ୍ଷା କାର୍ଯ୍ୟ କରିଥାଏ ଏବଂ ଭୂତାଣୁ ଓ ଜୀବାଣୁ ସହିତ ଲଢିବା ପାଇଁ ଆମ ଶରୀର ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିରକ୍ଷା ପ୍ରତିକ୍ରିୟାକୁ ଶକ୍ତି ଯୋଗାଇ ଥାଏ ।

ଏହି ଚା ଦିନକୁ ତିନି ଥର ପିଆଯାଇପାରେ। ଏହା ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ମଧ୍ୟ ନିରାପଦ ଅଟେ। ଏହା ଗଳାକୁ ଆରାମ ଦେଇଥାଏ ଏବଂ ଶରୀରକୁ ମୌସୁମୀ ଫ୍ଲୁ ସମସ୍ୟା ସହିତ ଲଢେଇ କରିବାରେ ସାହାଯ୍ୟ କରିଥାଏ।

Share this: