Covid-19: ଆଜି ରାଜ୍ୟରୁ ୪୩ଜଣ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟା କମୁନି। ଆଜି ଆଉ ୪୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୨୧୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ କୋଭିଡ଼ ଡ୍ୟାସବୋର୍ଡ ୱେବସାଇଟରେ ସୂଚନା ରହିଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ ଅଛନ୍ତି। ସେହିପରି କଟକ, ଅନୁଗୁଳ, ସୁନ୍ଦରଗଡ଼ ଏବଂ ବରଗଡ଼ରୁ ୪ଜଣ ଲେଖାଏଁ ଅଛନ୍ତି। କଳାହାଣ୍ଡି  ଏବଂ ବୌଦ୍ଧରୁ ୩ଜଣ ଲେଖାଏଁ ଅଛନ୍ତି। ବାଲେଶ୍ଵର, ଗଞ୍ଜାମ, ଝାରସୁଗୁଡା, ପୁରୀ, କେନ୍ଦ୍ରାପଡ଼ା ଏବଂ ରାୟଗଡାରୁ ୨ଜଣ ଲେଖାଏଁ ଥିବାବେଳେ ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୫ଲକ୍ଷ ୨୩ହଜାର ୨୪୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୪୨ହଜାର ୪୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୨୯୯ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୭୨ହଜାର ୯୭୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୬  ହଜାର ୨୨୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | SBI ଗ୍ରାହକ ସାବଧାନ! ବ୍ୟାଙ୍କ ATM ଚାର୍ଜ ନାମରେ ଆଦାୟ କରୁଛି ଟଙ୍କା

[amazon_auto_links id=”9932″]

Share this: