Angul Covid-19 Updates: ଅନୁଗୋଳରୁ ଆଜି ୨୦୧ କରୋନା ସଂକ୍ରମିତ ଚିହ୍ନଟ

Share this:

ଅନୁଗୋଳ(ମହିମା ଲାଇଭ ବ୍ୟୁରୋ): ଶନିବାର ଅନୁଗୋଳ ଜିଲ୍ଲାରୁ ନୂଆ ୨୦୧ ଜଣ କରୋନା (Covid-19) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଆଜି ଚିହ୍ନଟ ଆକ୍ରାନ୍ତମାନଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୭ ହଜାର ୩୨୪ ରେ ପହଞ୍ଚିଛି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ସର୍ବାଧିକ  ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୬୦ ଜଣ, ଅନୁଗୁଳ ପୌରାଞ୍ଚଳରୁ ୩୬ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୨୫ ଜଣ, ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ୨୩ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୫ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୩ ଜଣ, ପାଲଲହଡା ବ୍ଳକ୍ ଅଞ୍ଚଳରୁ ୧୦ ଜଣ, ତାଳଚେର ପୌରାଞ୍ଚଳରୁ ୯ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୫ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୩ ଜଣ ଏବଂ ଆଠମଲ୍ଲିକ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ୨ ଜଣ ଅଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୧୭୧ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ କୋଭିଡ ହସପିଟାଲରୁ, ୪ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୧୫୮ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | Coal India: କୋଲ ଇଣ୍ଡିଆ କର୍ମଚାରୀ ୬୮୫୦୦ ଟଙ୍କା ବୋନସ ପାଇବେ, ଅକ୍ଟୋବର ୨୨ ସୁଦ୍ଧା ପ୍ରଦାନ

Share this: