Odia Covid News: କମୁଛି ସଂକ୍ରମଣ, ଆଜି ଓଡ଼ିଶାରୁ ୧୫, ଭାରତରୁ ୧୨୧୬ ଚିହ୍ନଟ

Share this:

ଭୁବନେଶ୍ଵର: Odia Covid News ଓଡିଶାରୁ ବର୍ତ୍ତମାନ କମ୍ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ଏକ ଭଲ ଖବର। କିନ୍ତୁ ସମସ୍ତେ ସତର୍କ ରହିବା ଦରକାର କରଣା ଆଗକୁ ଶୀତ ଆସୁଛି। ଗତକାଲି ୨୨ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ପୁଣି ରାଜ୍ୟରୁ ଗତ ୨୪ ଘଣ୍ଟାରେ ନୂଆ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ କେହି ଜଣେ ଚିହ୍ନଟ ହୋଇନାହାନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା (odia covid news) ଦିଆଯାଇଛି।

ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ବରଗଡ଼ରୁ ୨ଜଣ, ବଲାଙ୍ଗୀରିରୁ ଜଣେ, କଟକରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୟୂରଭଞ୍ଜରୁ ଜଣେ, ପୁରୀରୁ ଜଣେ, ସମ୍ବଲପୁରରୁ ୩ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୩ଜଣ ଚିହ୍ନଟ ହୋଇଛନ୍ତି।

winter_amazon199

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୬୮ ହଜାର ୧୬୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୨୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୦ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୭୬୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଆଜି ଭାରତରୁ ୧୨୧୬ ଜଣ ଚିହ୍ନଟ

 travel bags under 299

ସେହିପରି ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୧୬ ନୂଆ କରୋନା ପଜିଟିଭ ରିପୋର୍ଟ ହୋଇଛି। ଗତକାଲି ୧୩୨୧ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଦେଶରେ ୪ କୋଟି ୪୬ ଲକ୍ଷ ୫୮ ହଜାର ୩୬୫କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଶୁକ୍ରବାର ପ୍ରକାଶ କରିଛନ୍ତି।


ଏଥିସହିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୪୭୯କୁ ବୃଦ୍ଧି ପାଇଛି। ଆଜି ୧୮ ଜଣଙ୍କର ମୃତ୍ୟୁ ଘଟିଛି, ଏଥିରେ ପୂର୍ବର ରିପୋର୍ଟ୍ ମିଶିଛି। କେରଳରୁ ସର୍ବାଧିକ ୧୫ଜଣ (Reconciled by Kerala) ଅଛନ୍ତି।


ଆଜି ଶୁକ୍ରବାରର ତଥ୍ୟ ଅନୁଯାୟୀ ୨୪ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୧୫ ହଜାର ୭୦୫କୁ ହ୍ରାସ ପାଇଛି। ସକ୍ରିୟ ମାମଲା ଭାରତରେ ମୋଟ ସଂକ୍ରମଣର ୦.୦୪ ପ୍ରତିଶତ ଅଟେ। ଜାତୀୟ ପୁନରୁଦ୍ଧାର ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାର କହିଛନ୍ତି।

amazon _shoes

YOU MIGHT ALSO LIKE IT

Read Also


Share this:

Leave a Reply

Your email address will not be published. Required fields are marked *