Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୬୯ଜଣ କରୋନା ସଂକ୍ରମିତ ଚିହ୍ନଟ,୨ ମୃତ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୬୯ଜଣ କରୋନା ସଂକ୍ରମିତ (Covid-19) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୬୦ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି।

ଆଜି ପର୍ଜଙ୍ଗ ବ୍ଲକରୁ ୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭେଜିଆରୁ ୬ଜଣ, କମରଦାରୁ ୪ଜଣ ଥିବାବେଳେ ନାରଣପଦା, ଜୟପୁରାକାଟେଣି ଏବଂ କୁଆଳୁରୁ ୨ଜଣ ଲେଖାଏଁ ଅଛନ୍ତି। ରାଣିପୁର ଏବଂ ପର୍ଜଙ୍ଗରୁ ଜଣେ ଲେଖାଏଁ ଅଛନ୍ତି।   

ଓଡାପଡା ବ୍ଲକ (Odapada Block) ରୁ ୧୮ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗୋବିନ୍ଦପ୍ରସାଦରୁ ୧୩ଜଣ, କାଣ୍ଡବିନ୍ଧା, ପାନମୁରଗା, କୁସୁପଙ୍ଗା, ଇନ୍ଦିପୁର ଏବଂ ବେଶାଳିଆରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦେଉଳସାହିରୁ ୫ଜଣଜଣ, ଗାୟତ୍ରୀ ନଗରରୁ ୨ଜଣ, DHH ଢେଙ୍କାନାଳ, ଗଣେଶ ବଜାର, ଭଗବାନପୁର, ମହାବୀର ବଜାର, ଦକ୍ଷୀଣକାଳୀ, ଗୁଡିଆନାଳି ଏବଂ ଖମାରସାହିରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକ (Gondia Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ (Sadar) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ବାଲ୍ୟାମ୍ବାରୁ ୨ଜଣ, ଅଚଣ୍ଡା ଏବଂ କେଶରିଆରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶାଳପଦା ଏବଂ କନ୍ତିଓକାଟେଣିରୁ ଜଣେ ଲେଖାଏଁ ଅଛନ୍ତି।   

ହିନ୍ଦୋଳ ବ୍ଲକ (Hindol Block) ରୁ ଜଣେ ଇଲିରିସିଂହାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନ ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଜୟପୁରା ଏବଂ ମୁରୁଗାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଅଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୦୧୧ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୫ ହଜାର ୫୪୩ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୨୪୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୧ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୪୭୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୦୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୨ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha:ଆଜି ଓଡ଼ିଶାରୁ ୩୩୧୯ଜଣ Covid ପଜିଟିଭ ଚିହ୍ନଟ,କଟକରୁ ସର୍ବାଧିକ

Share this: