Agni Prime:ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ପାକିସ୍ତାନ ଓ ଚୀନର ପ୍ରାୟ ସହର ଆସୁଛି ରେଞ୍ଜରେ

Share this:

ନୂଆଦିଲ୍ଲୀ: ଭାରତ (India) ଆଜି ସୋମବାର ଦିନ ସକାଳ ୧୦.୫୫ରେ ଓଡ଼ିଶା (Odisha) ଉପକୂଳବର୍ତ୍ତୀ ଭଦ୍ରକ ଚାନ୍ଦବାଲିଠାରେ ଥିବା ଅବଦୁଲ କଲାମ୍‌ ଦ୍ଵୀପରେ ଚାନ୍ଦିପୁର (Chandipur) ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏକ ନୂତନ ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର (Missile) ଅଗ୍ନି-ପ୍ରାଇମ୍ (Agni-Prime) ସଫଳତାର ସହ ପରୀକ୍ଷଣ କରିଛି। ଏହା ନୂତନ ଆଣବିକ ସକ୍ଷମ କ୍ଷେପଣାସ୍ତ୍ର ସମ୍ପୁର୍ଣ୍ଣ ଭାବରେ ମିଶ୍ରିତ ପଦାର୍ଥରେ ଗଠିତ।  

ଡିଆରଡିଓ (DRDO) ପକ୍ଷରୁ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା  ୧ହଜାର ରୁ ୨ହଜାର କିଲୋମିଟର ରହିଛି। ଦୁନିଆର ଅନେକ ଦେଶ ଏହି କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛନ୍ତି। ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ଦୁଇଟି ପର୍ଯ୍ୟାୟ ଏବଂ କଠିନ ଇନ୍ଧନ ଉପରେ ଆଧାରିତ। ଏକ ଉନ୍ନତ ରିଙ୍ଗ-ଲେଜର ଜିରୋସ୍କୋପ ଉପରେ ଆଧାର କରି ଏହା ଏକ ନିଷ୍କ୍ରିୟ ନାଭିଗେସନ୍ ସିଷ୍ଟମ ଦ୍ୱାରା ପରିଚାଳିତ ହେବ। ଉଭୟ ପର୍ଯ୍ୟାୟରେ କମ୍ପୋଜିଟ୍ ରକେଟ୍ ମୋଟର ଅଛି। ଏହାର ଗାଇଡ୍ ସିଷ୍ଟମ୍ ଇଲେକ୍ଟ୍ରୋମେକାନିକାଲ୍ ଆକ୍ଟୁଏଟର୍ସ ସହିତ ସଜ୍ଜିତ।

ସୂଚନାନୁସାରେ, ଅଗ୍ନି ପ୍ରାଇମରେ ଅତ୍ୟାଧୁନିକ କୌଶଳ ବ୍ୟବହାର ହେତୁ ଏହାର ପୂର୍ବ ସଂସ୍କରଣ ତୁଳନାରେ କମ୍ ଓଜନ ବିଶିଷ୍ଟ ଏକ ହାଲୁକା କ୍ଷେପଣାସ୍ତ୍ର ଶକ୍ତି ରହିଛି। ଏହି କାରଣରୁ ଏହାର ଅଗ୍ନି ଶକ୍ତି ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ହେବ।

DRDO ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଛୁଇଁପାରେ ଏବଂ ଏହି ଶ୍ରେଣୀର ଅନ୍ୟ କ୍ଷେପଣାସ୍ତ୍ର ତୁଳନାରେ ଏହା ବହୁତ କ୍ଷୁଦ୍ର ଏବଂ ହାଲୁକା ଅଟେ। ନୂତନ କ୍ଷେପଣାସ୍ତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅଧିକାରୀମାନେ ଏଠାରେ କହିଛନ୍ତି। ଏହା ପାକିସ୍ତାନର ଅଧିକାଂଶ ପ୍ରତିଷ୍ଠାନ ଏବଂ ଚୀନର ଅନେକ ଅଞ୍ଚଳ ଏହାର ରେଞ୍ଜରେ ଆଣିବ।

Also Read | Corona: ଆଜି ଓଡ଼ିଶାରୁ ଆଉ ୪୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *