Covid-19 Vaccine Guidelines: କୋଭିଡ ନାଇଣ୍ଟିନ୍‍ ପ୍ରତିଷେଧକ ଟୀକାକରଣ ପାଇଁ ନିର୍ଦ୍ଦେଶାବଳୀ ଜାରି

Share this:

ନୂଆଦିଲ୍ଲୀ: କୋଭିଡ ନାଇଣ୍ଟିନ୍‍ (Covid-19) ପ୍ରତିଷେଧକ (vaccine) ଟୀକାକରଣ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ପ୍ରତିଷେଧକ ଟୀକା ଦେବାକୁ ଯୋଜନା କରୁଛି। ଫାଇଜର (Pfizer), ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ (Serum Institute of India) ଓ ଭାରତ ବାୟୋଟେକ୍‍ (Bharat Biotech-Vaccines) ପ୍ରତିଷେଧକ ଟୀକାର ମାର୍କେଟିଂ ପାଇଁ ଆବେଦନ କରିଛନ୍ତି।

କରୋନା ଭୂତାଣୁ ପ୍ରତିଷେଧକର ଜରୁରୀକାଳୀନ ବ୍ୟବହାରକୁ ସରକାର ଅନୁମତି ଦେବାମାତ୍ରେ ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଓ ଅନ୍ୟକୌଣସି ରୋଗରେ ପୀଡିତ ଥିବା ୫୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ପ୍ରତିଷେଧକ ଦିଆଯିବ।

ଏହାପରେ ଅନ୍ୟକୌଣସି ରୋଗରେ ପୀଡିତ ଥିବା ୫୦ବର୍ଷରୁ କମ୍‍ ବୟସର ବ୍ୟକ୍ତିମାନଙ୍କୁ ପ୍ରତିଷେଧକ ଦିଆଯିବ। ପରିଶେଷରେ ଅବଶିଷ୍ଟ ଲୋକଙ୍କୁ ପ୍ରତିଷେଧକ ଦିଆଯିବ।

ସୂଚନଯୋଗ୍ୟ ଏହି ପ୍ରକ୍ରିୟାକୁ ସରକାରଙ୍କ ୨୦ଟି ମନ୍ତ୍ରଣାଳୟ ପରିଚାଳନା କରିବେ। କୋଭିଡ଼ ପ୍ରତିଷେଧକ ଇଣ୍ଟେଲିଜେନ୍ସ ନେଟୱର୍କ ବ୍ୟବସ୍ଥା ମାଧ୍ୟମରେ ଏକ ଡିଜିଟାଲ ପ୍ଲାଟଫର୍ମ ଦ୍ଵାରା ଏହି ପ୍ରକ୍ରିୟାର ତଦାରଖ କରାଯିବ।

Also Read| E-Challan:ଏଥର ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ

[amazon_auto_links id=”9939″]

Share this: