America Covid-19 Vaccine: ଆମେରିକାରେ ପ୍ରଥମ କୋଭିଡ-୧୯ ପ୍ରତିଷେଧକ ଟୀକା କରଣ ଅଭିଯାନ

Share this:

ଆମେରିକାରେ ପ୍ରଥମ କୋଭିଡ-୧୯ (Covid-19) ପ୍ରତିଷେଧକ ଟୀକା (vaccination) ଦିଆଯିବା ଆରମ୍ଭ ହୋଇଛି। ଆମେରିକା ଏହାର ସର୍ବବୃହତ୍‍ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) କୋଭିଡ-୧୯ ପ୍ରତିଷେଧକ ଦିଆଯିବା ବିଷୟ ଟ୍ୱିଟ୍‍ କରି ଜଣାଇଛନ୍ତି।

ନ୍ୟୁୟର୍କର ଜଣେ ନର୍ସ ସାନ୍ଦ୍ରା ଲିଣ୍ଡ୍‍ସେଙ୍କ ଶରୀରରେ ପ୍ରଥମ କୋଭିଡ-୧୯ ପ୍ରତିଷେଧକ ଦିଆଯାଇଛି। ଏହାପୂର୍ବରୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନର କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ପ୍ରଦାନ କରିଥିଲା। Pfizer-BioNTech ପ୍ରତିଷେଧକର ଜରୁରୀକାଳୀନ ବ୍ୟବହାର ପାଇଁ FDA ଗତ ଶୁକ୍ରବାର ଦିନ ଅନୁମତି ପ୍ରଦାନ କରିଥିଲା । Pfizer Inc ଓ ଏହାର ଜର୍ମାନୀ ଅଂଶୀଦାର କମ୍ପାନୀ BioNTech ଏହି ପ୍ରତିଷେଧକ ଉତ୍ପାଦନ କରିଛନ୍ତି।

ଆମେରିକାର ବିଭିନ୍ନ ହସ୍ପିଟାଲରେ ଏହି ପ୍ରତିଷେଧକ ଆସି ପହଞ୍ଚୁଛି। ଏହି ପ୍ରତିଷେଧକକୁ ବ୍ରିଟେନ୍‍ ସମେତ ବିଶ୍ୱର ଆଉ କିଛି ଦେଶ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସ ସୁଦ୍ଧା ୧୦୦ ନିୟୁତ ଲୋକଙ୍କୁ ଆମେରିକା ପ୍ରତିଷେଧକ ଟୀକା ଦେବାକୁ ଲକ୍ଷ୍ୟ ରଖିଛି। ଆମେରିକାରେ କୋରୋନ ଭୂତାଣୁରେ ପ୍ରାୟ ୩ଲକ୍ଷ ଲୋକ ପ୍ରାଣ ହରାଇ ସାରିଲେଣି।

Also Read| IRCTC: ଟ୍ରେନ୍ ଟିକେଟ୍ ବୁକିଂ ନୂଆ ନିୟମ; ଟ୍ରେନ୍ ଛାଡିବା ପାଞ୍ଚ ମିନିଟ୍ ପୂର୍ବରୁ ସିଟ୍ ମିଳିବ

[amazon_auto_links id=”9932″]

Share this: