Corona Odisha: ଆଜି ପୁଣି ଓଡ଼ିଶାରୁ ୧୦ହଜାର ୩୨୧ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ପୁଣି  ୧୦ ହଜାର ୩୨୧ ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୭୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୫୪୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୫୬୬ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୭୧ଜଣ, ବାଲେଶ୍ଵରରୁ ୨୬୯ଜଣ, ବରଗଡ଼ରୁ ୩୨୦ଜଣ, ଭଦ୍ରକରୁ ୩୫୦ଜଣ, ବଲାଙ୍ଗୀରିରୁ ୨୯୧ଜଣ, ବୌଦ୍ଧରୁ ୨୫୦ଜଣ, କଟକରୁ ୭୩୧ଜଣ, ଦେଓଗଡ଼ରୁ ୧୧୪ଜଣ, ଢେଙ୍କାନାଳରୁ ୭୭ଜଣ, ଗଜପତିରୁ ୫୬ଜଣ, ଗଞ୍ଜାମରୁ ୨୦୩ଜଣ, ଜଗତସିଂପୁରରୁ ୧୫୯ଜଣ, ଯାଜପୁରରୁ ୩୩୦ଜଣ, ଝାରସୁଗୁଡାରୁ ୩୧୨ଜଣ, କଳାହାଣ୍ଡିରୁ ୫୯୯ଜଣ, କନ୍ଧମାଳରୁ ୫୪ଜଣ, କେଉଁଝରରୁ ୨୦୪ଜଣ, କୋରାପୁଟରୁ ୩୩୮ଜଣ, କେନ୍ଦ୍ରାପଡ଼ାରୁ ୧୬୨ଜଣ, ମୟୁରଭଞ୍ଜରୁ ୪୫୮ଜଣ, ମାଲକାନଗିରିରୁ ୭୭ଜଣ, ନବରଙ୍ଗପୁରରୁ ୩୩୪ଜଣ, ନୟାଗଡ଼ରୁ ୨୭୩ଜଣ, ନୂଆପଡ଼ାରୁ ୧୪୫ଜଣ, ପୁରୀରୁ ୪୭୨ଜଣ, ରାୟଗଡାରୁ ୧୬୩ଜଣ, ସମ୍ବଲପୁରରୁ ୪୦୫ଜଣ, ସୋନପୁରରୁ ୭୩ଜଣ, ସୁନ୍ଦରଗଡରୁ ୮୧୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୪୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୯୯ ଲକ୍ଷ ୭ ହଜାର ୮୭୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୩୩ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର୮୨୧ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୨୬ ହଜାର ୩୫୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୪ ହଜାର ୫୩୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଦ୍ଵିତୀୟ ଲହର Corona ଯୁଦ୍ଧରେ ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି:IMA

[amazon_auto_links id=”9932″]
Share this: