ଦ୍ଵିତୀୟ ଲହର Corona ଯୁଦ୍ଧରେ ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି:IMA

Share this:

ନୂଆଦିଲ୍ଲୀ:କରୋନା ଭାଇରସ (Corona) ର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ତାଣ୍ଡବ ଏବେ ଯଦିଓ ଏବେ କମିବାର ଲକ୍ଷଣ ରହିଛି, କିନ୍ତୁ ଏସବୁ ମଧ୍ୟରେ କରୋନା ସଂକ୍ରମଣ ହେତୁ ସାରା ଦେଶରେ ମୋଟ ୨୪୪ ଡାକ୍ତର ନିଜର  ପ୍ରାଣ ହରାଇଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ର ଆକଳନ ଅନୁଯାୟୀ ମୋଟ ୨୮ ମହିଳା ଡାକ୍ତର ପ୍ରାଣ ହରାଇଥିବାବେଳେ କରୋନା ସଂକ୍ରମଣ ହେତୁ ୨୧୬ ପୁରୁଷ ଡାକ୍ତରଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ଏହି କରୋନାର ଦ୍ୱିତୀୟ ତରଙ୍ଗରେ ଗୋଟିଏ ଦିନରେ ବିହାରରେ ୪୯ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା।

ଭାରତୀୟ ମେଡିକାଲ ଆସୋସିଏସନର ଜାତୀୟ ସଭାପତି ଡାକ୍ତର ଜେ ଏ  ଜୟାଲାଲ କହିଛନ୍ତି ଯେ କରୋନାର ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ ସମୁଦାୟ ୨୪୪ ଡାକ୍ତର ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ବିହାରରେ ଅଧିକ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ମଧ୍ୟ ଅନେକ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଏହି ମହାମାରୀରେ ମୋଟ ୭୫୬ ଡାକ୍ତର ପ୍ରାଣ ହରାଇଥିଲେ। ଏହି ମହାମାରୀରେ ୩୦ରୁ ୫୫ ବର୍ଷ ବୟସର ଡାକ୍ତରମାନେ ପ୍ରାଣ ହରାଇଛନ୍ତି। ଯଦିଓ ବୃଦ୍ଧ ଡାକ୍ତରମାନେ ମଧ୍ୟ ଏଥିରେ ଜଡିତ ଅଛନ୍ତି, କିନ୍ତୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯୁବ ଡାକ୍ତରଙ୍କ ଜୀବନ ଅଧିକ ଯାଇଛି। ଏହି ବର୍ଷ ୩ ରୁ ୪ ଗର୍ଭବତୀ ଡାକ୍ତର ମଧ୍ୟ ସଂକ୍ରମଣ ହେତୁ ପ୍ରାଣ ହରାଇଛନ୍ତି।

କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବ ଡାକ୍ତରଙ୍କ ବିଷୟରେ କହିବାକୁ ଗଲେ ଅନସ ମୁଜାହିଦ ଦିଲ୍ଲୀର ଯାହାକୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ସେହିପରି ଭୁବନେଶ୍ୱର ବାସିନ୍ଦା ହେଉଛନ୍ତି ୩୧ବର୍ଷିୟ ଡକ୍ଟର ସରିତା ଭଞ୍ଜ। ଏହା ବ୍ୟତୀତ ଲକ୍ଷ୍ନୌର ୩୫ ବର୍ଷିୟ ଜୁବେର ଅଲି ମଧ୍ୟ ଅନ୍ତର୍ଭୁକ୍ତ। ତଥ୍ୟ ଅନୁଯାୟୀ, ଏହି ଡାକ୍ତରମାନଙ୍କ ମଧ୍ୟରେ ସବୁଠାରୁ ବୟସ୍କ ହେଉଛନ୍ତି ୯୦ ବର୍ଷ ବୟସ୍କ ଡାକ୍ତର ସତ୍ୟମୂର୍ତ୍ତି ଯିଏ ବିଶାଖାପାଟନମ୍ ବାସିନ୍ଦା ଥିଲେ। ଏହା ବ୍ୟତୀତ ଉତ୍ତରପ୍ରଦେଶ ନିବାସୀ ଡକ୍ଟର ଜେ.କେ ମିଶ୍ର, ଯାହାଙ୍କ ବୟସ ୮୫ ବର୍ଷ ଏବଂ ଏଥିସହିତ ୮୭ ବର୍ଷ ବୟସ୍କ  କୋଲକାତା ନିବାସୀ ଡାକ୍ତର ଅନୀଲ କୁମାର ରାକ୍ଷୀ ରହିଛନ୍ତି।

Also Read | Corona Virus Odisha: ଓଡ଼ିଶାରୁ ପୁଣି ୧୦ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ

Share this: