2-deoxy-D-Glucose: ଲଞ୍ଚ ହେଲା କରୋନା ମହୌଷଧି

Share this:

ନୂଆଦିଲ୍ଲୀ: କରୋନା ଭାଇରସ୍ ଚିକିତ୍ସାରେ ସହଯୋଗୀ ଔଷଧର ପ୍ରଥମ ବ୍ୟାଚ୍ 2-ଡିଜି (2-DG) ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh), କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ହର୍ଷବର୍ଦ୍ଧନ (Dr. Harsh Vardhan) ଲଞ୍ଚ କରିନ୍ତଛି। ରାଜନାଥ ପ୍ରଥମ ବ୍ୟାଚ୍ ଔଷଧ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଦେଇଥିଲେ ଏବଂ ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସେହି ଔଷଧ ପ୍ୟାକେଟକୁ AIIMS ନିର୍ଦ୍ଦେଶକ ଡକ୍ଟର ଗୁଲେରିଆଙ୍କ ହାତରେ ଦେଇଥିଲେ। ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନିଉକ୍ଲିଅର ଆଣ୍ଡ ଆଲାଏଡ ସାଇନସ୍ ( Institute of Nuclear Medicine and Allied Sciences) ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡି ଲ୍ୟାବ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

ଏହି ଅବସରରେ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ DRDO ସହଯୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରସ୍ତୁତ ୨-ଡିଜି ଏକ ଆଣ୍ଟି-କୋଭିଡ ଔଷଧ ଆମର ପ୍ରଥମ ଅନୁସନ୍ଧାନ ଭିତ୍ତିକ ସ୍ୱଦେଶୀ ଫଳାଫଳ ହେବ। ଏହି ଔଷଧ କରୋନା ରୋଗୀଙ୍କ ସୁସ୍ଥ ହେବା ପାଇଁ ଆବଶ୍ୟକ କରୁଥିବା ସମୟକୁ ହ୍ରାସ କରିଥାଏ। କେବଳ ଏତିକି ନୁହେଁ, ଏହାର ପ୍ରଭାବ ଯୋଗୁଁ ରୋଗୀ ଉପରେ ଅମ୍ଳଜାନ ନିର୍ଭରଶୀଳତା ମଧ୍ୟ କମିଯାଏ। ସେ କହିଛନ୍ତି ଯେ ଏହି ଔଷଧ କେବଳ ଭାରତ ପାଇଁ ନୁହେଁ ବରଂ ମୁଁ ଆଶା କରୁଛି ଯେ ଏହା ଆଗାମୀ ଦିନରେ ବିଶ୍ୱରେ କରୋନା ବିରୋଧରେ ଲଢେଇରେ କାମ କରିବ।

ପୂର୍ବରୁ ଭାରତର ଔଷଧ ନିୟନ୍ତ୍ରକ ଚଳିତ ମାସ ଆରମ୍ଭରେ ୨-ଡିଅକ୍ସି-ଡି-ଗ୍ଲୁକୋଜ (2-deoxy-D-glucose) ଔ ଷଧର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ସାମାନ୍ୟ ଏବଂ ମଧ୍ୟମ ର ଲକ୍ଷଣରେ ସଂକ୍ରମିତ କରୋନାର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହୃତ ହେବ। କ୍ଲିନିକାଲ୍ ପରୀକ୍ଷା ଫଳାଫଳରେ ଦର୍ଶାଇଛି ଯେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ।

Also Read | Corona Virus Odisha: ଓଡ଼ିଶାରୁ ପୁଣି ୧୦ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ

Share this: