Corona Virus Angul:ଟିକେ କମିଛି ସଂକ୍ରମଣ, ଆଜି ଅନୁଗୁଳ ଜିଲ୍ଲାରୁ ୪୨୭ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଲଗାତାର ଭାବେ ବଢୁଥିବା କରୋନା (Covid-19) ରେ ଆଜି ଟିକେ ଲାଗିଛି ବ୍ରେକ। ହେଲେ ବିପଦ ଟଳିନି। ଜିଲ୍ଲା ପ୍ରଶାସନ ଦ୍ଵାରା ଜାରି ହୋଇଥିବା କୋଭିଡ଼ ନିୟମ ମାନନ୍ତୁ ଏବଂ ସହଯୋଗ କରନ୍ତୁ। ଆଜି ଅନୁଗୁଳ ଜିଲ୍ଲାରେ ୪୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ୯୦୭ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ  ମଧ୍ୟରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫ ରେ ପହଂଚିଛି।

ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୮୫ଜଣ (୫୬ଜଣ ପୁରୁଷ ଓ ୨୯ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୫୯ଜଣ (୩୪ଜଣ ପୁରୁଷ ଓ ୨୫ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୫୬ଜଣ (୪୧ ଜଣ ପୁରୁଷ ଓ ୧୫ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫୫ଜଣ (୪୬ଜଣ ପୁରୁଷ ଓ ୯ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୪୬ଜଣ (୨୮ ଜଣ ପୁରୁଷ ଓ ୧୮ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୩୪ଜଣ ୨୫ଜଣ ପୁରୁଷ ଓ୯ ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୩୨ଜଣ (୨୫ଜଣ ପୁରୁଷ ଓ ୭ଜଣ ମହିଳା), ଅନୁଗୋଳ ବ୍ଳକ୍ ଅଂଚଳରୁ ୩୨ଜଣ (୨୦ଜଣ ପୁରୁଷ ଓ ୧୨ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୯ଜଣ (୧୧ଜଣ ପୁରୁଷ ଓ ୮ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୭ଜଣ (୪ଜଣ ପୁରୁଷ ଓ ୩ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୨ଜଣ (୨ଜଣ ପୁରୁଷ) ଅଛନ୍ତି।

ସେହିପରି ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୮୦ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନ  ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୩୦୩ଜଣ ସୁସ୍ଥ ହୋଇଛନ୍ତି।

Also Read | Talcher:ତାଳଚେରରେ ଚାକିରି ନାଁରେ ଠକେଇ, ବାପ ପୁଅ ଗିରଫ

Share this: