Odisha Assembly: ଆସନ୍ତା ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବେ ସରକାର:ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

Share this:

ଭୁବନେଶ୍ଵର: ବିଧାନସଭା ବଜେଟ୍‍ ଅଧିବେସନ (Odisha Assembly Budget Session) ର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିନରେ ଆଜି ଗୃହକାର୍ଯ୍ୟ ସାମାନ୍ୟ ସ୍ୱାଭାବିକ ରହିଛି। ଗତ ୬ଦିନ ଧରି ଧାନକିଣା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଓ ଧାରଣା ପ୍ରଦର୍ଶନ ପରେ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତ୍ତି ରଖିଛନ୍ତି।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ଲକ୍ଷ ୨୪ହଜାର ମେଟ୍ରିକ ଟନ୍‍ ଧାନ କିଣାଯାଇଛି। ଆସନ୍ତା ୩୧ତାରିଖ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ। ସେ କହିଛନ୍ତି ବିଗତ ଖରିଫ ଋତୁ ତୁଳନାରେ ଏବର୍ଷ ୧୮ପ୍ରତିଶତ ଅଧିକ ଧାନ କିଣାଯାଇଛି। ଏହାସହ ପଞ୍ଜିକୃତ ଚାଷୀଙ୍କ ପାଇଁ ଯେମିତି ସମସ୍ୟା ନହୁଏ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି ଧାନକିଣା ସମସ୍ୟା ନେଇ ଯେଉଁ ବିଧାୟକମାନେ ନିର୍ଦ୍ଧିଷ୍ଟ ଅଭିଯୋଗ କରିବେ ତାହାର ସମାଧାନ କରାଯିବ।

ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିଜେପି (BJP) ର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ସେହିପରି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗରେ ବସିଥିଲେ। ବିରୋଧୀଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।

[amazon_auto_links id=”10233″]

Also Read | Loud Speaker: ମସଜିଦରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ଉପରେ ଲାଗିଲା ପ୍ରତିବନ୍ଧକ

Share this: