Talcher:ତାଳଚେରରେ ଚାକିରି ନାଁରେ ଠକେଇ, ବାପ ପୁଅ ଗିରଫ

Share this:

ତାଳଚେର: ତାଳଚେର (Talcher) ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋଲିୟରି ପୁଲିସ ୨ ଜଣଙ୍କୁ ଗିରଫ କରି କରିଛି। ଅଭିଯୁକ୍ତମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା (୫୯) ଓ ତାଙ୍କ ପୁଅ ପ୍ରୀତମ ବେହେରା (୨୮)। ବାପ ଓ ପୁଅ ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଉଭୟେ କୋଟିଏ ଟଙ୍କାରୁ ଅଧିକ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

ପୁଲିସ ସୂଚନା ଅନୁସାରେ ତାଳଚେର ବଡଦାଣ୍ଡସାହିର କାର୍ତ୍ତିକ ରାଉତ (୪୦) ନାମକ ଜଣେ ଯୁବକ ଗତ ୭ ତାରିଖରେ କୋଲିୟରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାର୍ତ୍ତିକ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ କରିବା ପରେ ବେକାର ବସିଥିଲେ ତେଣୁ ଚାକିରି ସନ୍ଧାନରେ ଥିଲେ। ନାଲକୋରୁ ଶୁଣିଲେ ଯେ  ନାଲକୋ ଅଞ୍ଚଳରେ ରହୁଥିବା ପରମାନନ୍ଦ ବେହେରା ୫ ଲକ୍ଷ ଟଙ୍କା ବିନିମୟରେ ଓଡିଶା ଥର୍ମାଲ ପାୱାର ପ୍ଳାଣ୍ଟ (OTPCL) ଅଧୀନରେ କାମାକ୍ଷାନଗରରେ ଚାକିରି କରାଇ ଦେଉଛନ୍ତି। ଚାକିରି ସନ୍ଧାନରେ ଥିବା କାର୍ତ୍ତିକ ଏହା ଶୁଣି ପରମାନନ୍ଦଙ୍କ ସହ ଯୋଗାଯୋଗ କରିଥିଲେ। ପରେ ପରମାନନ୍ଦ, ତାଙ୍କ ପୁଅ ପ୍ରୀତମ ବେହେରା ଓ କଟକ ଅଞ୍ଚଳର କେତେ ଜଣ ଲୋକଙ୍କ ସହ ମିଶିଥିଲେ। ପରେ ପରମାନନ୍ଦ ୫ ଲକ୍ଷ ଦେଲେ ଚାକିରି ମିଳିଯିବା ବୋଲି କାର୍ତ୍ତିକକୁ କହିଥିଲେ। ଚାକିରି ଆଶାରେ ଥିବା କାର୍ତ୍ତିକ ୫ ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ପରେ ପରମାନନ୍ଦ ଏମସିଏଲ ଅଞ୍ଚଳର ସାଉଥ ବଲଣ୍ଡା ଦୂର୍ଗା ମଣ୍ଡପ ନିକଟକୁ ଆସି କାର୍ତ୍ତିକଙ୍କ ସହ ଆଲୋଚନା କରିବା ପରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନଗଦ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଠିକ ତାର ୫ଦିନ ମଧ୍ୟରେ  କାର୍ତ୍ତିକଙ୍କ ନିକଟକୁ ଏକ ଆପଏଣ୍ଟମେଣ୍ଟ ଲେଟର ଏବଂ ଡ୍ୟୁଟି ଲେଟର ମେଲ ଜରିଆରେ ଆସିଥିଲା। ମାତ୍ର ଏହାକୁ ଯାଞ୍ଚ କରିବା ବେଳେ ଏହା ନକଲି ନିଯୁକ୍ତିପତ୍ର ବୋଲି ଜାଣିବାକୁ ପାଇଥିଲେ କାର୍ତ୍ତିକ। ଏହାପରେ ସେ ପରମାନନ୍ଦ ଏବଂ ପ୍ରୀତମଙ୍କୁ ଯୋଗାଯୋଗ କରିଥିଲେ, ହେଲେ ଆଉ ଯୋଗାଯୋଗ ହୋଇପାରିନଥିଲା। ଏହାପରେ କାର୍ତ୍ତିକ ଥାନର ଦ୍ଵାରସ୍ଥ ହେବା ପରେ ପୁଲିସ ତଦନ୍ତ କରି ଉଭୟ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତଦନ୍ତ ବେଳେ ଏହି ବାପପୁଅ ଓଡିଶାର ବିଭିନ୍ନ ସ୍ଥାନର ଶତାଧିକ ଛାତ୍ରଛାତ୍ରୀଙ୍କୁ ଏଭଳି ଟଙ୍କା ନେଇ ଠକେଇ କରିଥିବା ଜାଣିବାକୁ ପାଇଛି। ପୁଲିସ୍ ତଦନ୍ତ ଚଳାଇଥିବା ବେଳେ ବୁହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତରେ ଲାଗିଛି। ଅଭିଯୁକ୍ତ ପରମାନନ୍ଦ ନାଲ୍‌କୋର କର୍ମଚାରୀ ଏବଂ ତାଙ୍କ ପୁଅ ପ୍ରୀତମ ବେକାର। ବାପପୁଅ ଓଡ଼ିଶା ପିଲାଙ୍କୁ ଓଟିପିସିଏଲ୍‌ରେ ଚାକିରି ଦେବାକୁ କହି ୪ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆଦାୟ କରୁଥିଲେ। ସମସ୍ତଙ୍କୁ ଜାଲ୍ ନିଯୁକ୍ତି ପତ୍ର ସହିତ ଡ୍ୟୁଟି ପତ୍ର ଦେବା ପରେ ଧରାଛୁଆଁ ଦେଉନଥିଲେ।

Also Read | DRDO: ଖୁସି ଖବର, ବର୍ତ୍ତମାନ 2-DG କରୋନା ଚିକିତ୍ସା କରିବ, DCGI ବ୍ୟବହାରକୁ ଦେଲା ଅନୁମୋଦନ

Share this:

Leave a Reply

Your email address will not be published. Required fields are marked *