Corona Vaccine: ଏଥର ରାଜ୍ୟର ଘରୋଇ ହସ୍ପିଟାଲରେ କରୋନା ଟୀକା ଡୋଜ୍ ପିଛା ୧୦୦ ଟଙ୍କା

Share this:

ଭୁବନେଶ୍ଵର: ରାଜ୍ୟରେ ଗତକାଲି ସୁଦ୍ଧା ୬୧ଲକ୍ଷ ୪୮ହଜାର ୫୩୨ ଜଣଙ୍କୁ ଟିକା (Vaccine) ଦିଆଯାଇ ସାରିଛି। ଆଜି ସଟ୍‍ଡାଉନ୍‍ ସତ୍ତ୍ୱେ କେବଳ ଭୁବନେଶ୍ୱର (Bhubaneswar) ର କେତେକ କେନ୍ଦ୍ରରେ ଟିକାକରଣ କରାଯିବ। ଗତକାଲି ୬୭ ହଜାର ୭୮ ଜଣ ଟିକା ନେଇଛନ୍ତି। ସେଥିମଧ୍ୟରୁ ୫୨ହଜାର ୧୪୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‍, ୫ହଜାର ୭୫୮ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୧୮ରୁ ୪୪ ବର୍ଷ ମଧ୍ୟରେ ୬ହଜାର ୭୧୭ ଜଣଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ୧ଲକ୍ଷ ଡୋଜ୍‍ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ଏବେ କେବଳ ୧୮ରୁ ୪୪ ବର୍ଷ ମଧ୍ୟରେ ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଟିକାକରଣ ଚାଲିଛି। ଅଧିକ ପରିମାଣର ଟିକା ଆସିବା ପରେ ବିଭିନ୍ନ ଅଞ୍ଚଳରେ ଏହି ବର୍ଗର ଲୋକଙ୍କ ପାଇଁ ଟିକାକରଣ ଖୁବ୍‍ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ କହିଛି, ଏହି ବର୍ଗର ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ। ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସହରାଞ୍ଚଳରେ ଏହି ଟିକାକରଣକୁ ପ୍ରାଥମିକତା ଭିତ୍ତିରେ କରାଯିବ। ଆଜି ଆହୁରି ୧ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିବ ବୋଲି ଆଶା କରାଯାଉଛି।

electronics_AC_May

ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କ ଟୀକାକରଣ ପାଇଁ ନିଜସ୍ୱ ରାଜକୋଷରୁ ଟୀକା କିଣିବା ପଦକ୍ଷେପ ଗ୍ରହଣ କରିଛନ୍ତି। କମ୍ପାନୀ ପକ୍ଷରୁ ଟୀକା ଯୋଗାଣରେ ବିଳମ୍ବ ହେଉଥିବା ଯୋଗୁଁ ଅଧିକ ସଂକ୍ରମଣ ବ୍ୟାପୁଥିବା ୫ଟି ମହାନଗର ନିଗମରେ ପ୍ରାଥମିକତାରେ ଟୀକାକରଣ କରାଯିବ। ଟୀକା ପହଞ୍ଚିବା ପରେ ଅନ୍ୟାନ୍ୟ ଜିଲ୍ଲାରେ ପ୍ରଦାନ କରାଯିବ। ୧୮ରୁ ୪୪ ବର୍ଷର ନାଗରିକଙ୍କ ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଘରୋଇ ହସ୍ପିଟାଲରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାଦାନ କେନ୍ଦ୍ର ଖୋଲାଯିବ। ଏହିସବୁ କେନ୍ଦ୍ରରେ ମାଗଣାରେ ଟୀକା ପ୍ରଦାନ କରାଯିବ। ତେବେ ଘରୋଇ ହସ୍ପିଟାଲଗୁଡିକ ସର୍ଭିସ୍ ଚାର୍ଜ ବାବଦକୁ ଡୋଜ୍ ପିଛା ୧୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Also Read | Covid National Policy: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଜାରି

Share this:

Leave a Reply

Your email address will not be published. Required fields are marked *