Odisha SSB Recruitment: ଓଡିଶାରେ ୯୭୨ ଅଧ୍ୟାପକ ପଦ ପାଇଁ କରିପାରିବେ ଆବେଦନ, ବୟସସୀମା ୪୨ବର୍ଷ

Share this:

ଭୁବନେଶ୍ଵର: ରାଜ୍ୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି (Lecture Recruitment) ପାଇଁ ଓଡିଶା ରାଜ୍ୟ ଚୟନ ବୋର୍ଡ (Odisha State Selection Board) ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ (Job Application) ଆହ୍ୱାନ କରିଛି। ବୋର୍ଡର ଅଫିସିଆଲ୍ ୱେବସାଇଟରୁ  ଆବେଦନ କରାଯାଇପାରିବ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଏପ୍ରିଲ୍ ୨୦୨୧।

ୱେବସାଇଟ ତଥ୍ୟ ଅନୁସାରେ ମୋଟ ୯୭୨ଟି ପଦବୀ ନିଯୁକ୍ତ କରାଯାଉଛି। ସେମାନଙ୍କ ମଧ୍ୟରେ ବିଭିନ୍ନ ବିଷୟର ଅଧ୍ୟାପକଙ୍କ ପଦବୀ ଅଛି। ମୋଟ ୯୭୨ଟି ପଦବୀ ମଧ୍ୟରୁ ୧୫୯ଟି ପଦ ଇଂରାଜୀ (English), ୧୩୫ଟି ରାଜନୈତିକ ବିଜ୍ଞାନ (Political Science), ୧୩୪ଟି (Commerce) ଅଧ୍ୟାପକ ପାଇଁ। ପୋଷ୍ଟଗୁଡିକ ବିଷୟରେ ଅଧିକ ସୂଚନା ବିଜ୍ଞାପନରୁ ମିଳିପାରିବ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଓ ପ୍ରାର୍ଥୀନିମାନେ ଅତିକମରେ ୫୫ ପ୍ରତିଶତ ମାର୍କ ବିଶିଷ୍ଟ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ (Univsersity) ରୁ ସମ୍ପୃକ୍ତ ବିଷୟ ଉପରେ ମାଷ୍ଟର ଡିଗ୍ରୀ (Master Degree) ହାସଲ କରିଥିବା ଆବଶ୍ୟକ।

ବୟସ: ୨୧ରୁ ୪୨ ବର୍ଷ

ଦରମା : ୪୪,୯୦୦ରୁ ୧,୪୨,୪୦୦ ଟଙ୍କା

ଏହି ପଦବୀ ପାଇଁ ଆବେଦନ କରିବାକୁ ସାଧାରଣ ପ୍ରାର୍ଥୀ(General Category) ଙ୍କୁ ୫୦୦ ଟଙ୍କା ଆବେଦନ ଶୁଳ୍କ (Application Fee) ଦେବାକୁ ପଡିବ। ଏସସି (SC)ଏବଂ ଏସଟି (ST), ଓବିସି (OBC), ପିଡବ୍ଲ୍ୟୁଡି (PWD) ବର୍ଗ ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।

ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ….

[amazon_auto_links id=”9939″]

Also Read | Novel variant in India: ଦେଶର ୧୮ଟି ରାଜ୍ୟରେ ପହଞ୍ଚିଲା କରୋନା ଭାଇରସର ନୂତନ ଭାରିଆଣ୍ଟ, ବଢିଲା ଚିନ୍ତା: କେନ୍ଦ୍ର

Share this:

Leave a Reply

Your email address will not be published. Required fields are marked *