Night Curfew:ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ, ପର୍ବପର୍ବାଣୀରେ କୋଭିଡ୍ ନିୟମକୁ କଡାକଡି

କେନ୍ଦ୍ରର ରାଜ୍ୟକୁ ଚିଠି ପର୍ବପର୍ବାଣୀରେ କୋଭିଡ୍ ନିୟମକୁ କଡାକଡି କର
ନବରଙ୍ଗପୁର: ରାଜ୍ୟରେ ଆଜି ୨୧୪ କରୋନା ସଂକ୍ରମିତ (Covid-19) ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି (Malkangiri) ପରେ ନବରଙ୍ଗପୁର (Nabarangpur) ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ (Night Curfew) ଲାଗୁ ହେବ। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏହି କଟକଣା ଜାରି ସମ୍ପର୍କରେ ଘୋଷଣା କରିଛନ୍ତି।
ସୂଚନାଅନୁସାରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ସେମିନାର, କର୍ମଶାଳା ଓ କନଫରେନ୍ସ ଆଦି ବାତିଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। କଲ୍ୟାଣମଣ୍ଡପଗୁଡ଼ିକରେ ଜନସମାବେଶ ହେବାଭଳି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ। ଲଜ୍ ଓ ହୋଟେଲଗୁଡ଼ିକୁ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
ପର୍ବପର୍ବାଣୀ କଟକଣା କ୍ରମବର୍ଦ୍ଧିଷ୍ଣୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ହୋଲି ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଏ ନେଇ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି। ପର୍ବପର୍ବାଣୀ ସମୟରେ ଅଳ୍ପ ସଂଖ୍ୟକ ଲୋକ ଏକତ୍ରିତ ହେବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତି, କୋଭିଡ୍ ନାଇଣ୍ଟିନ୍ (Covid-19) ନିୟନ୍ତ୍ରଣ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା କ୍ଷେତ୍ରରେ କୌଣସି ପ୍ରକାରର କୋହଳନୀତି ଅବଲମ୍ବନ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
RECOMMENDED DEALS
LG 80 cm (32 inches) HD Ready Smart LED TV 32LM563BPTC (Dark Iron Gray) (2020 Model)
₹ 16,999.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Samsung 80 cm (32 inches) Wondertainment Series HD Ready LED Smart TV UA32TE40AAKBXL (Titan Gray)
₹ 17,990.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)TCL 80 cm (32 inches) HD Ready Certified Android Smart LED TV 32P30S (Black)
₹ 14,999.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Panasonic 147 cm (58 inches) 4K Ultra HD Certified Android Smart LED TV TH-58HX450DX (Black) (2020 Model)
(as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)MI TV 4A Horizon Edition 108cm (43 inches) Full HD Android LED TV (Black)
₹ 25,999.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read | Novel variant in India: ଦେଶର ୧୮ଟି ରାଜ୍ୟରେ ପହଞ୍ଚିଲା କରୋନା ଭାଇରସର ନୂତନ ଭାରିଆଣ୍ଟ, ବଢିଲା ଚିନ୍ତା: କେନ୍ଦ୍ର