Covid19 Odisha Today: ଓଡିଶାରୁ ଆଜି ୮୧୬ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid19 Odisha today ରାଜ୍ୟରେ ଦିନକୁ ଦିନ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ଗତକାଲି ରାଜ୍ୟରୁ ୮୭୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସୋମବାର ୮୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୧୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୩୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟଖୋର୍ଦ୍ଧାରୁ ସର୍ବାଧିକ ୨୧୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୭ଜଣ, ବାଲେଶ୍ଵରରୁ ୧୩ଜଣ, ବରଗଡ଼ରୁ ୭ଜଣ, ଭଦ୍ରକରୁ ୮ଜଣ, ବଲାଙ୍ଗୀରିରୁ ୧୦ଜଣ, ବୌଦରୁ ୧୧ଜଣ, କଟକରୁ ୭୮ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୫ଜଣ, ଢେଙ୍କାନାଳରୁ ୬ଜଣ, ଗଜପତିରୁ ୯ଜଣ, ଜଗତସିଂପୁରରୁ ୧୩ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡାରୁ ୧୩ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୭ଜଣ, କେନ୍ଦ୍ରାପଡ଼ାରୁ ୧୩ଜଣ, କେଉଁଝରରୁ ୧୦ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ୨୯ଜଣ, ନୟାଗଡରୁ ୨୬ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୬ଜଣ, ସମ୍ବଲପୁରରୁ ୫୭ଜଣ, ସୋନପୁରରୁ ୧୪ଜଣ, ସୁନ୍ଦରଗଡରୁ ୧୪୧ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୪୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୩ଲକ୍ଷ ୭୦ ହଜାର ୮୪୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୯୯ ହଜାର ୯୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୦୦ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୮୪ ହଜାର ୮୩୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯୧୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

advertisement_mahimalive

ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news
Share this:

Leave a Reply

Your email address will not be published. Required fields are marked *