ଓଡ଼ିଶାରେ ୨୭୫୨ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୨୭୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୭୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୪୪ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୪୨୩ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ୨୧୨ଜଣ, କଟକରୁ ୨୪୭ ଜଣ,କନ୍ଧମାଳ ଜିଲ୍ଲାରୁ ୯୫ଜଣ,କୋରାପୁଟରୁ ୧୭୪ଜଣ, କେନ୍ଦ୍ରାପଡ଼ାରୁ୯୭ ଜଣ ,କେଉଁଝରରୁ ୨୮ଜଣ ଓ କଳାହାଣ୍ଡିରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୫୫ଜଣ ,ସୁନ୍ଦରଗଡ଼ରୁ ୪୪ଜଣ ଓ ସୋନପୁର ଜିଲ୍ଲାରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୧୭ ଜଣ,ଜଗତସିଂହପୁରରୁ ୧୦୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୫ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୨୮ ଜଣ, ବାଲେଶ୍ଵରରୁ ୧୨୯ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୧୪ ଜଣ ,ବୌଦ୍ଧ ଜିଲ୍ଲାରୁ୧୧ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୬୦ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୪୪ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୧୦୩ ଜଣ ,ନବରଙ୍ଗପୁରରୁ ୨୭ଜଣ ଓ ନୂଆପଡ଼ାରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ଜଣେ   ,ଦେଓଗଡରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା ରୁ ୧୭୭ଜଣ, ଅନୁଗୋଳରୁ ୨୩ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୭ଜଣ ଏବଂ ମାଲକାନଗିରିରୁ ୧୦୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୪ ଲକ୍ଷ ୨୧ ହଜାର ୯୫୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮୪ ହଜାର ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୬ ହଜାର ୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬ ହଜାର ୮୨୬ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ମାର୍ଚ୍ଚରୁ ଗୁଜୁରାଟ ଜନସଂଖ୍ୟାର ଅଧାଲୋକଙ୍କୁ ହୋମିଓପାଥିକ ଔଷଧ କରୋନା ରୋକିବା ପାଇଁ ଦିଆଯାଇଛି

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

Share this: