Odisha earthquake news: ଓଡ଼ିଶାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ, ଲୋକେ ଘରୁ ବାହାରି ଆସିଲେ

Share this:

ଭୁବନେଶ୍ଵର: Odisha earthquake news ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଲ୍‍ ରେ ଏହାର ତୀବ୍ରତା ୩.୫ ଥିବା ଜଣାପଡିଛି।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପ୍ରାୟ ପୂର୍ବାହ୍ଣ ୧୧ଟା ୨୯ ମିନିଟ୍‍ରୁ ୧୨ଟା ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଲୋକମାନେ ଘରୁ ବାହାରି ଆସିଥିଲେ। ଭୂକମ୍ପରେ ଡାବୁଗାଁ ଓ ଝରିଗାଁରେ କିଛି ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି। ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ହୋଇଥିଲା ବୋଲି ଲୋକମାନେ କହିଛନ୍ତି। ତେବେ ଏହାଦ୍ୱାରା ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଭୟଭୀତ ନ ହେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Read Also | LPG Cylinder New Price: ବଢିଲା ଗ୍ୟାସ୍ ଦର, ବ୍ୟବସାୟିକ ସିଲିଣ୍ଡର ପିଛା ୧୦୫ ଟଙ୍କା ବୃଦ୍ଧି

Share this:

Leave a Reply

Your email address will not be published. Required fields are marked *