Talcher ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

Share this:

ତାଳଚେର: ଆତ୍ମନିର୍ଭର ଭାରତ (Atma Nirbhar Bharat) ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ (Cabinet Meeting) ରେ ତାଳଚେର ସାର କାରଖାନା (Talcher Fertilizer Ltd) ରେ କୋଲ୍‍ ଗ୍ୟାସିଫିକେସନ ମାଧ୍ୟମରେ ୟୁରିୟା Urea) ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବ୍‍ସିଡି ପଲିସିକୁ ଅନୁମୋଦନ କରାଯାଇଛି। ବୈଠକରେ ଏହା ଅନୁମୋଦନ ଲାଭ କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଐତିହାସିକ ନିଷ୍ପତ୍ତି ଯୋଗୁ ଘରୋଇ ୟୁରିୟା ଉତ୍ପାଦନ କ୍ଷେତ୍ରରେ ବୈଶିକ ପ୍ରତିଯୋଗୀତାକୁ ଅଧିକ ପ୍ରୋତ୍ସାହନ ମିଳିବ।ସେହିପରି ପରିବେଶ ସହଯୋଗୀ ସ୍ୱଦେଶୀ ୟୁରିୟା ଉତ୍ପାଦନକୁ ଗତିଶୀଳ କରିବ ଏବଂ ବାର୍ଷିକ ୧୨ ଦଶମିକ ୭ ଏଲ୍‍ଏମ୍‍ଟି ୟୁରିୟା ଆମଦାନୀକୁ ହ୍ରାସ କରିବ। ଏହି ନିଷ୍ପତ୍ତି ଯୋଗୁ ଚାଷୀଭାଇ ମାନେ ଉପକୃତ ହୋଇପାରିବେ। ଏଥିସହିତ ପୂର୍ବଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଓଡ଼ିଶା ସମେତ ଝାଡଖଣ୍ଡ ଓ ବିହାର ଭଳି ରାଜ୍ୟ ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Also Read | Talcher Fertilizer:ତାଳଚେର ସାରକାରଖାନା ଦ୍ୱାରା ଉତ୍ପାଦିତ ୟୁରିଆ ନିମନ୍ତେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *