Covid19 Odisha Updates: ଆଜି ନୂଆ ୫୮୮ଜଣ କରୋନା ପଜିଟିଭ ଓଡିଶାରୁ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Corona Virus) ବଢିଚାଲିଛି। ଗତକାଲି ରାଜ୍ୟରୁ ୫୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ୨୭ ଜିଲ୍ଲାରୁ ୫୮୮ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୪୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୦୫ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୫ଜଣ, ବାଲେଶ୍ଵରରୁ ୧୩ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୯ଜଣ, ବଲାଙ୍ଗରିରୁ ୧୧ଜଣ, କଟକରୁ ୩୦ଜଣ, ଦେଓଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ଜଣ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡାରୁ ୩୧ଜଣ, କଳାହାଣ୍ଡିରୁ ୬୪ଜଣ, କନ୍ଧମାଳରୁ ୩ଜଣ, କେଉଁଝରରୁ ୨ଜଣ, କୋରାପୁଟରୁ ୯ଜଣ, ମୟୁରଭଞ୍ଜରୁ ୯ଜଣ, ନବରଙ୍ଗପୁରରୁ ୮ଜଣ, ନୟାଗଡ଼ରୁ ୭ଜଣ, ନୂଆପଡ଼ାରୁ ୨୯ଜଣ, ପୁରୀରୁ ୨୪ଜଣ, ରାୟଗଡାରୁ ୬ଜଣ, ସମ୍ବଲପୁରରୁ ୨୮ଜଣ, ସୋନପୁରରୁ ୧୧ଜଣ, ସୁନ୍ଦରଗଡରୁ ୮୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୨ ଲକ୍ଷ ୧୩ ହଜାର ୪୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୩ ହଜାର ୮୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୧୫ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୮  ହଜାର ୧୫୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭୩୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: