Night Curfew Odisha: ଓଡ଼ିଶାର ଦଶ ଜିଲ୍ଲାରେ ଆଜିଠାରୁ ନାଇଟ କର୍ଫ୍ୟୁ

Share this:

ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ  କରୋନା ସଂକ୍ରମଣ ବଢ଼ିବାରେ ଚାଲିଛି। କରୋନା (Covid-19) ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଆଜି ସୋମବାର ରାତ୍ରିରୁ ଓଡ଼ିଶା (Odisha) ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ପଶ୍ଚିମ ଓଡିଶାର ୧୦ଟି ଜିଲାରେ ନାଇଟ କର୍ଫ୍ୟୁ (Night Curfew) ଲାଗୁ କରାଯାଉଛି। ସରକାରଙ୍କ ନିର୍ଦ୍ଦେଶକୁ ସମସ୍ତ ଦଶ ଜିଲ୍ଲାରେ କଡାକଡି ଭାବରେ କାର୍ଯ୍ୟକାରି କରାଯିବ ବୋଲି ସୂଚନା ମିଳିଛି।  

ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁଣି ନାଇଟ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୦ ଜିଲାରେ ପୁଣିଥରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦେଶ ଜାରି କରାଯାଇଛି। ଆଜି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ ଜରୁରୀକାଳିନ ସେବା ସହିତ ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ବୋଲି କୁହାଯାଇଛି।
ଗତ କିଛିଦିନ ଧରି ସୀମାନ୍ତ ବର୍ତ୍ତି ରାଜ୍ୟ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି। ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ସ ଅନୁସାରେ ରାଜ୍ୟର ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ଜାରି  ନାଇଟ୍‌ କର୍ଫ୍ୟୁ ଜାରି କରାଯିବ। ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ରହିବ। କର୍ଫ୍ୟୁ ସମୟରେ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି। ଅପରପକ୍ଷରେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ। ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୁଲିସଙ୍କୁ  ଛାଡ଼ କରାଯାଇଛି। ଏହି ସମୟରେ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି। ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *